oom

ବଲାଙ୍ଗିର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସମୂହ ଆନ୍ଦୋଳନ : ଦାବୀ ପୁରଣ ନ ହେଲେ ବ୍ୟାଙ୍କ ବନ୍ଦ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତାମାନଙ୍କର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ଆହ୍ୱାନ ସଧାରଣ ସମ୍ପାଦକ ଅମିତ କୁମାର ସାମନ୍ତରାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରାଜ୍ୟର ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀମାନେ ବିଭିନ୍ନ ଦାବୀକୁ ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ହେଲେ ତାହା ପୁରଣ ହୋଇନାହିିଁ । ଏଥିପାଇଁ ଅଲ ଓଡିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ଡାକରା କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ସମୂହ ଛୁଟି ନେବା ପାଇଁ ନିଷ୍ପତି ନିଆଯାଇଛି । ଅନ୍ୟପକ୍ଷରେ ସଂଘ କରିଥିବା ଦାବୀ ପୁରଣ ନ ହେଲେ ଆସନ୍ତା ସେପ୍ଟେମ୍ବର ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କ କାର୍ମଚାରୀମାନେ ଧର୍ମଘଟ ଡାକାରା ଦେଇଛନ୍ତି । ୭ମ ବେତନ କମିଶନର ବକେୟା ଦରମା ପ୍ରଦାନ, ପ୍ୟାନସନ କର୍ପସ ଫଣ୍ଡ ଗଠନ କରିବା, କେଡର ଫଣ୍ଡକୁ କେନ୍ଦ୍ର ସମବାୟ ବ୍ୟାଙ୍କର ଅଂଶ ଧନ ପ୍ରାଦନ ଉପରେ ପୁନଃ ବିଚାର କରିବା, ପ୍ରାଥମିକ ସେବା ସମବାୟ ସମିତିମାନଙ୍କର ଫ୍ଲେକସି ଆକାଉଣ୍ଟ ରାଜ୍ୟ ସମବାୟ ବ୍ୟାଙ୍କରେ ଖୋଲିବା ଆଦେଶ ପ୍ରତ୍ୟାହାର କରିବା ଆଦି ଦାବୀ ନେଇ ସଂଘ ପକ୍ଷରୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛି । ଆନ୍ଦୋଳନକୁ ସଫଳ କରିବା ପାଇଁ ସଧାରଣ ସମ୍ପାଦକ ଅମିତ କୁମାର ସାମନ୍ତରା ଅନୁରୋଧ କରି ସୂଚନା ଦେଇଛନ୍ତି । ବୈଠକରେ ବ୍ୟାଙ୍କ ସମସ୍ତ କର୍ମଚାରୀ ସଂଘର ସଦସ୍ୟ ଉପସ୍ଥିତ ରହି ସହେଯାଗ କରିଥିଲେ ।

jittmm
Leave A Reply

Your email address will not be published.