ବର୍ଷାରେ ଭାଙ୍ଗିଲା ଘର : ସହାୟତା ପାଇଁ ଦାବୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କପିଲାଭଟା ଗାଁରେ ଆଜି ସକାଳେ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଯିବା ସହ ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ । କପିଲାଭଟା ଗାଁର ଲକ୍ଷ୍ମଣ ହଂସ, ବୈକୁଣ୍ଠ ହଂସ ଓ ତାଳଭଟା ଗାଁର ଖୀରମଣି ବେହେରାଙ୍କ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେମାନେ ଗରିବ ପରିବାର ହୋଇଥିବା ବେଳେ ଘର ସଜାଡ଼ିବା ମଧ୍ୟ ସେତିକି ସକ୍ଷମ ନ ଥିବା ଅଭିଯୋଗ କରିଛନ୍ତି । ମାଟି ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରାଯାଇ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ତୁରନ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.