ସରକାରୀ ଚାକିରିରେ ନିରପେକ୍ଷ ଭାବେ ନିଯୁକ୍ତି ଦାବୀ

  • ଭୁବନେଶ୍ୱର ସ୍ଥିତ ଲୱେର ପିଏମ୍‌ଜିଠାରେ ଗଣଧାରଣା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଲୱେର ପିଏମ୍‌ଜିଠାରେ ଗଣଧାରଣା ସଂଗଠିତ ହୋଇଥିଲା । ଧାରଣା ସ୍ଥଳରେ ସରକାରୀ ଚାକିରି ପାଇଁ ଆଶାୟୀ ପାର୍ଥୀମାନେ ସଂଗଠିତ ହେବାର ଦେଖିବାକୁ ମିଳିଛି । ଏହି ଗଣଧାରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବା ସହ ସମସ୍ତ ସଦସ୍ୟମାନେ ଜୟ ଜଗନ୍ନାଥ ବୋଲି ସ୍ଲୋଗାନ ଦିଆଯାଉଥିବା ନାରା ଶୁଣିବାକୁ ମିଳୁଛି । ଏହି ଶାନ୍ତିପୂର୍ଣ୍ଣ ଡାକରା ପରୀକ୍ଷା ପରିଚାଳନା ସଂସ୍କାରକ ରଜତ କୁମାର ମିଶ୍ରଙ୍କ ନେତ୍ତୃତ୍ୱରେ ଡାକରା ଦିଆଯାଇଛି । ଆହ୍ୱାନ ରହିଛି ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଭିତ୍ତିକ ହେଉ । ଉପଯୁକ୍ତ ଲୋକଙ୍କୁ ଚୟନ କରାଯାଇ ନିରପେକ୍ଷତା ସହ ନିଯୁକ୍ତି ଦିଆଯିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.