ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କଲେ ବେଲପଡା ଜିଲ୍ଲା ପରିଷଦ ସଭ୍ୟା

ବେଲପଡା, (କେପିଏନ୍‌ଏସ୍‌) : ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଧୁମାଭଟା ଓ ଦେଓଗାଁ ଅଞ୍ଚଳର ଚାଷୀଙ୍କୁ ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜୋନ୍ ନଂ. ୨୬ ବେଲପଡାର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନିମା ଦାଶ । ଖୁବ୍‌ ଶୀଘ୍ର ଓସ୍ତାଲି ଡ୍ୟାମର ଉନ୍ନତିକରଣ କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଏହି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି ହେଲେ ଧୁମାଭଟା ପଞ୍ଚାୟତ ଓ ଟିକ୍ରାପଡ଼ା ପଞ୍ଚାୟତର ପ୍ରାୟ ୧୦୦୦ ହେକ୍ଟର ଚାଷ ଜମି ଜଳସେଚିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.