ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମର ମନୋହର ସାହୁ(୬୩) ଜଣେ ଯୋଗ୍ୟ ହିତାଧିକାରୀ ଅଟନ୍ତି । ଆଜକୁ ୬ ମାସ ହେଲାଣି ମଧୁବାବୁ ପେନସନ୍‌ ଭତ୍ତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଭତ୍ତା ପାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଗରିବ ଅସହାୟ ବୃଦ୍ଧ ବୃଦ୍ଧା ନିମନ୍ତେ ସାହାଯ୍ୟ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଅଫିସର ବାବୁଙ୍କ ଆନ୍ତରିକତାର ଅଭାବ ହେତୁ ଯୋଗ୍ୟ ହିତାଧିକାରୀମାନେ ଠିକ୍‌ ସମୟରେ ଉପକୃତ ହୋଇ ପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ମନୋହର ସାହୁଙ୍କ ପ୍ରତି ସଦୟ ହୋଇ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.