ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧାପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଠାରୁ ଅଳ୍ପ ବର୍ଷା ହୋଇଛି । ତେବେ ଏ ଅଞ୍ଚଳର ଚିଖିଲି, ଅନ୍ତରାଡି ଓ ତାମଦେଇରେ ନିର୍ମାଣାଧିନ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପର କାମ ଶୀଘ୍ର ଶେଷ କରି ଚାଷୀଙ୍କୁ ଜଳସେଚନର ବ୍ୟବସ୍ଥା କରିବାକୁ ଗତକାଲି ଏକ ପ୍ରତନିଧି ଦଳ ବରଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ । ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ସୁରେଶ୍ଵର ଶତପଥୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.