
ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା : ୮ ଦଫା ଦାବୀ ପ୍ରଦାନ

ରାଇରଙ୍ଗପୁର : ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାରକର୍ସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୂର ସଙ୍ଘ ତରଫରୁ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଠ ଦଫା ଦାବୀ ନେଇ ରାଇରଙ୍ଗପୁର ଏକଜୁଟ ହେଲେ ବାମାନଘାଟି ଉପଖଣ୍ଡ ଓ ପାଞ୍ଚପିଢ଼ ଉପଖଣ୍ଡର ତେର ଶହ ଅଙ୍ଗନବାଡି କର୍ମୀ ଓ ସହାୟିକା । ଏହି ଆନ୍ଦୋଳନରେ ରାଜ୍ୟ ତଥା ସ୍ଥାନୀୟ ଦୁଇ ଉପଖଣ୍ଡର ନେତୃ ବୃନ୍ଦ ଉପସ୍ଥିତ ଅଛନ୍ତି ।