
ଭୁବନେଶ୍ୱର, (କେପିଏନ୍ଏସ୍) : କେନ୍ଦୁପତ୍ର ଉପରୁ ଜିଏସ୍ଟି ହଟେଇବାକୁ ଦାବୀ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ । ଚିଠିରେ ଉଲ୍ଲେଖ ଅଛି ଯେ, ଜିଏସ୍ଟି ପାଇଁ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ସେମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହେଉଛି । ଏଣୁ କେନ୍ଦୁପତ୍ର ଉପରୁ ଜିଏସ୍ଟି ହଟାଯାଉ ।
