ବିପଦପୂର୍ଣ୍ଣ ଟ୍ରାନ୍‌ସ୍‌ଫର୍ମରକୁ ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବୀ

ଖପ୍ରାଖୋଲ, (କ୍ରି‌ଷ୍ଣା ସେଠୀ) : ଭରତବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋଟିଏ ଜାଗାରେ ଅଛି । ପାଟଣାଗଡ଼ ଉପଖଣ୍ଡ ବିଦ୍ୟୁତ୍ ସପ୍ଲାଏରୁ ସିଧାସଳଖ ୩୩ କେଭି ତାର ଆସି ପ୍ରାଥମିକ ବିଦ୍ୟାଳୟର ଛାତ ଉପରୁ ଯାଇଛି । ଏହି ସ୍କୁଲରେ ତାର ଯେଉଁ ବାଟ ଦେଇ ଯାଇଛି, ସେହି ଛାତ ଉପରେ ଆଉ ଗୋଟିଏ ଛାତ ଘର ତିଆରି ହେବାର ଅଛି । ଉଚ୍ଚ ବିଦ୍ୟାଳୟର ବାଡ଼କୁ ଲାଗି ଭିତର ପାର୍ଶ୍ଵରେ ବିପଦପୂର୍ଣ୍ଣ ଅବସ୍ଥାରେ ମୁକୁଳା ଭାବରେ ଟ୍ରାଂସଫର୍ମର ରହିଛି । ତା’ ପାଖରେ ଛାତ୍ରଛାତ୍ରୀଙ୍କ ଶୌଚାଳୟ ରହିଛି । ହାଇସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୧୫୦ ଓ ୟୁପି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୨୦୦ ପାଖାପାଖି ହେବ । ଏହି ଟ୍ରାନ୍‌ସ୍‌ଫର୍ମରକୁ ସ୍ଥାନାନ୍ତରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବହୁତ ଥର ଲେଖି କି ଦିଆ ଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଚିନ୍ତାରେ ଶିକ୍ଷକ ବୃନ୍ଦ । ଯଥା ଶୀଘ୍ର ଏହି ବିପଦପୂର୍ଣ୍ଣ ଟ୍ରାନ୍‌ସ୍‌ଫର୍ମରକୁ ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.