oom

ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ସମସ୍ୟା ସମାଧାନ ପାଇଁ ଦାବୀ କଲା ସିୱାଇଏସ୍‌ଏସ୍‌

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ଛାତ୍ର ସଂଗଠନ ସିୱାଇଏସ୍‌ଏସ୍‌ ତରଫରୁ ଜିଲ୍ଲା ସଭାପତି ପୌଲସ୍ତ୍ୟ ସାହାଙ୍କ ଅଧ୍ୟକ୍ଷତାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ମହାବିଦ୍ୟାଳୟରେ ରହିଥବା ରିକ୍ରିଏସନ୍‌ ସେଣ୍ଟର୍‌ ବହୁ ଦିନରୁ ବନ୍ଦ ରହିଥିବାରୁ ଏହା ଯଥାଶୀଘ୍ର ଖୋଲିବା ପାଇଁ ଦାବୀ କରାଯାଇଅଛି । ସେହି ଭଲି ପୂର୍ଣ୍ଣାଙ୍ଗ ଲାଇବ୍ରେରୀ ସହ ଲେଟ୍ରିନ୍‌ ବାଥ୍‌ରୁମ୍‌ ଥିବା ଏବଂ କମ୍ପୁଟର ସୁବିଧା ଥିବା ଅତ୍ୟାଧୁନି ପଠନ ଗୃହ ନିର୍ମାଣ ପାଇଁ ଦାବୀ ହୋଇଛି । ଏତଦ୍‌ ବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ପାଇ କମନ୍‌ ରୁମ୍‌ ଏବଂ ୱାଇଫାଇ ସୁବିଧା ଉପଲବ୍ଧ କରିବା ପାଇଁ ଦାବୀ କରାଯାଇଅଛି । ଉକ୍ତ ସମସ୍ତ ଦାବୀ ଅତିଶୀଘ୍ର କରାଯିବ ବୋଲି ଅଧ୍ୟକ୍ଷ ପତିତପାବନ ସାହୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦାବୀପତ୍ରରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ଦସ୍ତଖତ ପରେ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ଯୁବ ସଙ୍ଘର୍ଷ ସମିତି ବରଗଡ଼ ଜିଲ୍ଲା ସଭାପତି ପୌଲସ୍ତ୍ୟ ସାହାଙ୍କ ସମେତ ଝସକେତନ ବାରିକ, ଦଧିବନ୍ତ ବେସରା, ବିଭୁତି ଭୁଷଣ ଦୀପ, ପ୍ରମୋଦ ରାଉତ, ସରତ ଜାଲ, ରୋହିତ ସାହୁ, ରାଜ୍‌ ସେଠ୍‌, ପ୍ରିୟାଂଶୁ ବେହେରା, ସୌରଭ ମେହେର ଏବଂ ଆକାଶ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.