oom

କୁମ୍ଭାରଖାନ ଗାଁରେ ବିଜେଡି ପକ୍ଷରୁ ମଟର ସାଇକେଲ ଶୋଭାଯାତ୍ରା : ନବନିର୍ମାଣ କମ୍ୟୁନିଷ୍ଟ ସେଣ୍ଟରକୁ ଶୁଭ ଉଦଘାଟନ କଲେ ବିଧାୟକ ସରୋଜ କୁମାର ମେହେର

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଗାଁର ବିଜେଡି ନେତା ପ୍ରଦିପ ବେହେରାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀମାନେ କୁମ୍ଭାରଖୁନ ଗାଁରୁ ବାହାରି ଘାଗୁର୍ଲି ଗାଁକୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିବା ବେଳେ ଅନୁଷ୍ଠିତ ମଟର ସାଇକେଲ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ସରୋଜ ମେହରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ନିଜ ଗାଁକୁ ପାଛୋଟି ଆଣିଥିଲେ ଗ୍ରାମବାସୀମାନେ । କୁମ୍ଭାରଖୁନ ଗାଁ ମୁଣ୍ଡରେ ଏକ କଳସ ସ୍ଥାପନ କରି ବିଧାୟକ ଶ୍ରୀ ମେହେରଙ୍କୁ ସ୍ୱାଗତ କରାଯାଇଥିଲା । ବିଧାୟକ ଶ୍ରୀ ମେହେର କୁମ୍ଭାରଖୁନ ଗାଁରେ ନବ ନିର୍ମିତ କମ୍ୟୁନିଟି ସେଣ୍ଟରକୁ ଶୁଭ ଉଦଘାଟନ କରିବା ସହ ଉପସ୍ଥିତ ଥିବା ସମସ୍ତ ବିଜେଡି କର୍ମୀମାନଙ୍କୁ ଉତ୍ସାହିତ କରି ଗାଁର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଗଣେଶ କୁମ୍ଭାର, ଦୁର୍ଯ୍ୟୋଧନ କୁମ୍ଭାର ଏବଂ ମହେଶ୍ୱର ସାହୁ, ଶୋଭାକର ବେହେରା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.