ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ପଦ୍ମପୁରରୁ ନୃସିଂହନାଥ ସାଇକେଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମୁକୁଟ ମଣି ତଥା ବରଗଡ଼ ଜିଲ୍ଲାର ପାଇକମାଲ ସ୍ଥିତ ନୃସିଂହନାଥ ଶୈବପୀଠ ଓ ବଲାଙ୍ଗିର ଜିଲ୍ଲାରେ ଖପ୍ରାଖୋଲ ସ୍ଥିତ ହରିଶଙ୍କର ଲାଗିରହିଥିବା ପାହାଡ଼ ପର୍ବତ ପାଦ ଦେଶରେ । ଅଶି ଦଶକରେ ଜନଗଣ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବା ପାଇଁ ବାଲକୋ କମ୍ପାନୀକୁ ଘଉଡ଼େଇ ଦେଇଥିଲେ ବଡ ଜନ ଆନ୍ଦୋଳନ ମାଧ୍ୟମରେ । ସେ ସମୟର ଜନ ଆକ୍ରୋଶ ଓ ପ୍ରତିବଦ୍ଧତା ଦେଖି ଲାଗୁଥିଲା ଯେ ଆଉ କୌଣସି କମ୍ପାନୀ ଆଖି ଉଠେଇବାକୁ ମଧ୍ୟ ଚେଷ୍ଟା କରିବନି । କିନ୍ତୁ ଏ ଭିତରେ ଆଲୁମିନିୟମର ବଜାର ଆକାଶ ଛୁଇଁଛି । ଧନୀ ରାଷ୍ଟ୍ର ପାଇଁ ଆଲୁମିନିୟମ ଅମ୍ଳଜାନ ସଦୃଶ । ଆଲୁମିନିୟମ ଯଦି ନମିଳେ, ଭୁଶୁଡ଼ି ପଡ଼ିବ ତାଙ୍କର ସାମ୍ରାଜ୍ୟ । ତେଣୁ ଭାରତର ୭୫ ଭାଗ ବକ୍ସାଇଟ୍ ଥିବା ପଶ୍ଚିମ ଓଡ଼ିଶାର ଅନେକ ପାହାଡ଼, ମାଳି ପଛେ ଠିଆ ହେଇଛନ୍ତି ଅନେକ କର୍ପୋରେଟଙ୍କ ନଜର । ସେମାନେ ଜାଣନ୍ତି ଏ ଭିତରେ ସେମାନେ ବଜାରଗ୍ରସ୍ତ କରି ସାରିଛନ୍ତି ମଧ୍ୟବିତ୍ତଙ୍କୁ । ପ୍ରଶଂସା, ପୁରସ୍କାର, ଅଣରାଜନୈତିକତା ଓ ଆତ୍ମମୁଗ୍ଧତାର ମୋଦକ ଦେଇ ଢୁଲେଇ ଦେଇ ପାରିଛନ୍ତି ଲେଖକଙ୍କୁ । ଚତୁର ତାଲିମ୍ ଦେଇ ନିଜ ହାତବାରିସି କରି ପାରିଛନ୍ତି ପୋଲିସ ଓ ଅର୍ଦ୍ଧସୈନିକବଳଙ୍କୁ । କିଛି ଇଲେକ୍ଟରାଲ୍ ବଣ୍ଡ ଓ କିକ୍ ବେକ୍ ଦେଇ ଶାସକ ପ୍ରଶାସକ ମଙ୍ଗ ନିଜ ହାତକୁ ଆଣିଛନ୍ତି । ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଏହାର ପ୍ରତିବାଦ ଯବାବରେ ପଦ୍ମପୁରରୁ ନୃସିଂହନାଥ ସାଇକେଲ ଯାତ୍ରା କଲେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଓ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଚିଠି ଟିଏ ଦେଇଛନ୍ତି ।

Leave A Reply

Your email address will not be published.