
ଭୁବନେଶ୍ୱର, (କେପିଏନ୍ଏସ୍) : ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ ବକେୟା ଥିବାରୁ ଲାଇନ କଟିଯିବ କହି ଆରଏସପିର ଜଣେ ପୂର୍ବତନ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ୍ ବକେୟା ଅଛି । ବିଲ ପେମେଣ୍ଟ କରନ୍ତୁ ନଚେତ ବିଦ୍ୟୁତ ସଂଯୋଗ କଟିଯିବ । ଏପରିକି ବିଲ୍ ବାବଦକୁ ମେସେଜ ମଧ୍ୟ ଆସିଥିଲା । ଅନ୍ଲାଇନରେ ବିଲ ପେମେଣ୍ଟ କରିବାକୁ ସାଇବର ଠକ କହିଥିଲେ । ଆର୍ଏସ୍ପିର ପୂର୍ବତନ କର୍ମଚାରୀ ଜଣକ ଅନ୍ଲାଇନ୍ରେ ବିଲ୍ ପେମେଣ୍ଟ କରୁଥିବା ବେଳେ ସାଇବର ଠକମାନେ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଥିଲେ । ଏ ନେଇ ପୂର୍ବତନ କର୍ମଚାରୀ ଜଣକ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେଇଛନ୍ତି ।