କଟକ, (କେପିଏନ୍ଏସ୍) : କଟକ କନ୍ଦରପୁର ଥାନାର ତତ୍ତ୍ଵାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ଆମେମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର । ଟିକେ ସତର୍କତା ଅବଲମ୍ବନ ନ କଲେ ସାଇବର ଅପରାଧୀଙ୍କ ଠକାମୀର ଶିକାର ହେବାକୁ ପଡିବ । ଆମେ କିପରି ସାଇବର ଠକାମୀର ଶିକାର ନହେବା ସେଥିପାଇଁ କଟକ ସହରାଞ୍ଚଳ ପୁଲିସ ଜିଲ୍ଲାର ସାଇବର ସେଲ ଅଧିକାରିଣୀ ଇନ୍ସପେକ୍ଟର ରେଣୁବାଳା ତ୍ରିପାଠୀ ଓ କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା, ସାଇବର ସୁରକ୍ଷା ପାଇଁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ କନ୍ଦରପୁର ଅଞ୍ଚଳ ବହୁ ବରିଷ୍ଟ ନାଗରିକମାନେ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ, ମହାଦେବ ମହାରଣା, ସହଦେବ ଡାକୁଆ, ମନୋରଞ୍ଜନ ପରିଡା, ଅଖୟ କୁମାର ପଟ୍ଟନାୟକ, ରବୀନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।