oom

ବରଗଡ ବରାହଗୋଡା ଛକ ଠାରେ ବିପୁଳ କପ୍‌ସିରଫ ଜବତ କଲା ଟାଉନ ପୋଲିସ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବରହଗୋଡା ଛକ ଠାରେ ବିପୁଳ ମାତ୍ରାରେ କପ୍‌ସିରପ ସହ କିଙ୍ଗ୍‌ ଫିଙ୍ଗ୍‌ ବେପାରୀଙ୍କୁ ଗିରଫ କରିଛି ବରଗଡ ଟାଉନ ପୋଲିସ । ବରଗଡ ସହରରେ ଅବାଧରେ କପ୍‌ସିରଫ, ମେଡ଼ିସିନ କାରବାର ହେଉଥିବା ଅଭିଯୋଗ ବାରମ୍ବାର ହେଉଥିବା ବେଳେ କପ୍‌ସିରଫ ବେପାରର ମୁଖ୍ୟ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଚାରି ଅଭିଯୁକ୍ତ ହେଲେ ସାମିମ ବେଗମ, ସରୋଜ ଭୋଇ, ରାଧାକାନ୍ତ ଭୋସାଗର, ଅବଦେଶ ତ୍ରିପାଠୀକୁ ଗିରଫ କରାଯିବା ସହ ତାଙ୍କ ଠାରୁ ଦୁଇଗୋଟି ଚାରିଚକିଆ ଗାଡି, ପାଞ୍ଚହଜାର ଟଙ୍କା, ୧୯୨୦ ବୋତଲ କପ୍‌ସିରଫ, ଚାରିଗୋଟି ମୋବାଇଲ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ବରଗଡ ଏସଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.