କଫ୍‌ ସିରଫ୍‌ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳ ସବୁ ସମୟରେ ବେଆଇନ ମଦ, ଗଞ୍ଜେଇ, ଟେବ୍ଳେଟ, କରେକ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି । ସୂଚନାଯୋଗ୍ୟ ଯେ, ତା.୬/୦୯/୨୧ରିଖ ସୋମବାର ଦିନ ରାତିରେ କପାଣି ପଞ୍ଚାୟତ ତରା ଗାଁର କମଲ ନାଗ କଫ୍‌ ସିରଫ ପେଟି ଧରି ବେଲପଡା ଆସୁଥିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ବେଲପଡା ଥାନା ଏଏସ୍‌ଆଇ ସୁରେଶ ଚନ୍ଦ୍ର ପସାୟତ ଓ ତାଙ୍କ ଷ୍ଟାଫ୍ ଆଗରୁ ଛକି ବସିଥିବା ବେଳେ କମଲକୁ କପାଣି ଓ ତରା ଗାଁର ମଝିରେ ଗିରଫ କରିବା ସହ ତାର ବାଇକକୁ ଜବତ କରିଥିଲେ । ସେହିପରି ବେଲପଡା ଗାଁର ବାବୁଲି ପୃଷ୍ଟି ଘରେ ଚଢ଼ାଉ କରି କରେକ୍ସ ଜବତ କରିବା ସହ ତାକୁ ଗିରଫ କରି ପୋଲିସ ଷ୍ଟେସନ ଆଣିଥିଲେ । ବେଲପଡା ଥାନାରେ କେଶ ନମ୍ବର ୨୮୪/୨୧ଏବଂ ୧୮୫/୨୧ ଦଫାୟୁଏସ୍ ୨୮୨/୨୭୪/୨୭୫/୧୨୦ ବି ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ତାଙ୍କ ଠାରୁ ୧୯୦ ବୋତଲ କଫସିରଫ ଦୁଇଟି ଟେବ୍ଳଟପତା ଜବତ କରିଛନ୍ତି । ଯାହାର ମୂଲ୍ୟ ହାରାହାରି ୪୦୦୦୦ରୁ ଅଧିକ ବୋଲି ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି । ଯଦି ଏପରି ଭାବରେ ଅଞ୍ଚଳରେ ବେଆଇନ ସଟ୍ଟା ଆଡ୍ଡା ଉପରେ ଚଢାଉ ହେଲେ ଲୋକେ ଅର୍ଥହାନୀ ଦାଉରୁ ରକ୍ଷା ପାଆନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.