oum

ଓଡିଶା କ୍ରାଇମବ୍ରାଞ୍ଚର ଚଢାଉ : ଅଧିକାରୀଙ୍କୁ ଆକ୍ରମଣ, ଡାଇମଣ୍ଡ ଜବତ

jsm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଓ ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତିନଖ, ଡାଇମଣ୍ଡ ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର ବ୍ୟାପାର ଚାଲିଥିବା ନେଇ ବିଷେଶ ସୁତ୍ରରୁ ସୂଚନା ପାଇଁ ଆଜି ବରଗାଁରେ ଓଡିଶା କ୍ରାଇମବ୍ରାଞ୍ଚ ଚଢାଉ କରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ପ୍ରଥମେ ଓଡିଶା କ୍ରାଇମବ୍ରାଞ୍ଚ ଏଡିସ୍ନାଲ୍ଏସ୍ପି ଗ୍ରାହକ ଭାବେ ପହଞ୍ଚି ଆକବର ମେହେର ସହ ଡିଲ୍ କରିଥିବା ବେଲେ ଆକବର ମେହେର ପ୍ରଶାସନିକ ଅଧିକାରୀଙ୍କୁ ଡାଇମଣ୍ଡ ଦେଖାଇଥିଲେ । ପରେ ଶ୍ରୀ ମେହେର କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ଯାଣି ହୋ ହାଲ୍ଲା କରି ଏକ ବ୍ୟାଗ୍‌ରେ ଡାଇମଣ୍ଡ ଧରି ଫେରାର୍ ହୋଇ ଯାଇଥିଲେ । ସେହି ହୋ ହାଲ୍ଲାରେ କ୍ରାଇମବ୍ରାଞ୍ଚ ଅଧିକାରୀ ଏଡିସ୍ନାଲ୍ଏସ୍ପିଙ୍କୁ ଶ୍ରୀ ମେହେରଙ୍କ ପୁଅ ପରିବା କଟା ପନକିରେ ଆକ୍ରମଣ କରିଥିବା ବେଳେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଉକ୍ତ ଚଢାଉରେ ଶ୍ରୀ ମେହେରଙ୍କ ଘରୁ ୩ରୁ ଅଧିକ ଡାଇମଣ୍ଡ ମିଳିଥିବା ଜଣାପଡିଥିବା ବେଳେ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ମଧ୍ୟ ଜବତ୍ ହୋଇଛି । ଏହି ଚଢାଉଟି ଓଡିଶା କ୍ରାଇମବ୍ରାଞ୍ଚ ଏଡିସ୍ନାଲ୍ଏସ୍ପିଙ୍କ ନେତୃତ୍ୱରେ ବୋଡେନ ଥାନା ଅଧିକାରୀ ଦିଲିପ କୁମାର ଲାକ୍ରାଙ୍କ ଏକ ଟିମ୍ ଏବଂ ସିନାପାଲି ପୋଲିସ ମିଳିତ ଆନୁକୂଲ୍ୟରେ ଚଢାଉରେ ସାମିଲ ଥିଲେ । ଶ୍ରୀ ମେହେରଙ୍କ ପୁଅକୁ କ୍ରାଇମବ୍ରାଞ୍ଚ ଗିରଫ୍ କରି ଅଧିକ ତଦନ୍ତ ନିମନ୍ତେ ପଚରା ଉଚରା ପାଇଁ ନେଇଥିବା ବେଳେ ତାଙ୍କ ଭାଇ ଘରରେ ମଧ୍ୟ ଟିକିନିଖି ଯାଞ୍ଚ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ କ୍ରାଇମବ୍ରାଞ୍ଚ ସମେତ ବୋଡେନ ଥାନା ଅଧିକାରୀ ଦିଲିପ କୁମାର ଲାକ୍ରା, ଇନିସପେକ୍ଟର ଶ୍ରୀ ଛତ୍ରିଆ, ସିନାପାଲି ପୋଲିସ ସବ୍ଇନ୍ସପେକ୍ଟର ବବିତା ରାଣି ପୋହାନ, ସୁଦର୍ଶନ ନାଏକ, କୁଲମଣି ବରୋଦା, ସୁଜିତ ସାମନ୍ତରାୟ, ସହ ଉଭୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏଡିସନାଲ ଏସପିଙ୍କୁ ପଚାରିବାରୁ କହିଲେ ଅଧିକ ତଦନ୍ତ ଚାଲିଛି ପରେ ରିପୋର୍ଟ ଦିଆଯିବ ।

Leave A Reply

Your email address will not be published.