୧୪ ଓ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଓ ସିନିୟର ଭଲିବଲ ଖେଳାଳୀ ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ୨୦୨୧ ବର୍ଷ ନିମନ୍ତେ ୧୪ ଓ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଖେଳାଳୀ ଚୟନ କରାଯିବ । ଏଥି ନିମନ୍ତେ ଖେଳାଳୀଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଗାନ୍ଧୀ ଷ୍ଟାଡିୟମ ଠାରେ କରାଯିବ । ଏଣୁ ଇଚ୍ଛୁକ ଖେଳାଳୀମାନେ ନିଜ ନିଜର କ୍ଲବ ଜରିଆରେ ପ୍ରମାଣ ସ୍ୱରୁପ ଜନ୍ମ ତାରିଖ, ଆଧାର କାର୍ଡ ଓ ପାସପୋର୍ଟ ସାଇଜ ଫଟୋ ଷ୍ଟାଡିୟମ କାର୍ଯ୍ୟାଳୟ ଠାରେ ଦାଖଲ କରି ନିଜ ନିଜର ରେଜିଷ୍ଟ୍ରେସନ କରାଇ ନେବେ । ୧୪ ବର୍ଷରୁ କମ୍‌ ଖେଳାଳୀମାନେ ୨୦୦୫ ସେପ୍ଟେମ୍ବର ୦୧ ପରେ ଓ ୧୬ ବର୍ଷରୁ କମ୍‌ ଖେଳାଳୀମାନେ ୨୦୦୭ ସେପ୍ଟେମ୍ବର ୦୧ ସୁଦ୍ଧା ଜନ୍ମ ଗ୍ରହଣ କରିଥିଲେ ନାମ ପଞ୍ଜିକରଣ କରାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ ବୋଲି ଜିଲ୍ଲା କ୍ରୀଡା ସଂସଦର କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ଜଣାଇଛନ୍ତି । ପ୍ରକାଶ ଥାଉକି ଜିଲ୍ଲାର ବିଭିନ୍ନ କ୍ଲବ ଗୁଡିକୁ ନେଇ ଆସନ୍ତା ୨୨ ଫେବୃୟାରୀ ୨୦୨୧ରୁ ଜୁନିୟର ଭିଜନ ୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ପୁନଃଶ୍ଚ ଆସନ୍ତା ତା.୧୮ ଓ ୧୯ ଫେବୃୟାରୀରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଅନ୍ତଃ ଜିଲ୍ଲା ସିନିୟର ପୁରୁଷ ଓ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳୀ ଚୟନ କରାଯିବ । ଏଣୁ ଆଗ୍ରହୀ ଖେଳାଳୀ ତଥା କ୍ଲବମାନଙ୍କୁ ଅନୁରୋଧ କରାଗଲା ଯେ, ସେମାନେ ନିଜର ପ୍ରତିଯୋଗୀମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ପଠାଇ ପାରିବେ ।

Leave A Reply

Your email address will not be published.