ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ୍ ପରାସରା ପଂଚାୟତର ମା’ ଦ୍ୱାରସେହ୍ନୀ ଖେଳପଡ଼ିଆ ଇଚ୍ଗାଁ ଠାରେ ଚାଲିଥିବା ଚତୁର୍ଥ ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ଖେଳ ପରାସରା ଏମ୍ଡ଼ିସିସି ଓ ବାଙ୍କେଲ ଦଳ ମଧ୍ୟରେ ହୋଇଥିଲା । ବାଙ୍କେଲ ଦଳ ପ୍ରଥମ ବ୍ୟାଟିଂ କରି ୮ ଓଭର୍ରେ ୬୧ ରନ୍ ସଂଗ୍ରହ କରିଥିବା ବେଳେ ତା’ର ଜବାବରେ ପରାସରା ଦଳ ମାତ୍ର ୩ ଓଭର୍ ୩ ବଲ୍ରେ ବିନା ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଯୁଗଲ ସିଂ ପାଇଥିଲେ । ଉଦ୍ଯାପନୀ ଉତ୍ସବରେ ପ୍ରଶାନ୍ତ ଷଡ଼ଙ୍ଗୀ, ଅମ୍ଳାନ ଷଡ଼ଙ୍ଗୀ ଏବଂ ହରି ନାରାୟଣ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ସୁମନ୍ତ ରଥଙ୍କ ତତ୍ତ୍ୱାବଧାନରେ ଖେଳ ପରିଚାଳିତ ହୋଇଥିଲା ।
Prev Post
Next Post