oom

ଶ୍ରୀକାନ୍ତ ଭୋଇ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟିଟିଲାଗଡ଼ ଟିମ୍‌ ଚମ୍ପିୟାନ ବିବେଚିତ

jsmm

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଦ୍ଵିତୀୟ ବର୍ଷ ସଇଁନ୍ତଲା କପ ତଥା ଶ୍ରୀକାନ୍ତ ଭୋଇ ମେମୋରିଏଲ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ସୁବୋଧ ମିଶ୍ର, ବଜରଙ୍ଗ ଅଗ୍ରୱାଲ, ଗୁଣସାଗର ମାଝୀ, ସୁବ୍ରତ ନାଗ, ଅମିତ ସାହୁ ଓ ଭୀମସେନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାକୁ କମିଟି ସଭାପତି ଚନ୍ଦ୍ର ଚନ୍ଦନ ପରିଚାଳନା କରିଥିବା ବେଳେ ସଂପାଦକ ଶିବ ପ୍ରସାଦ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାର ଫାଇନାଲ ଖେଳରେ ସଇଁନ୍ତଲା ଟିମ୍‌ ଓ ଟିଟିଲାଗଡ଼ ଟିମ୍‌ ସହିତ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଇଁନ୍ତଲା ଟିମ୍‌ ଟସ୍‌ ଜିଣି ୧୦ ଓଭରରେ ୭୯ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଟିଟିଲାଗଡ଼ ଟିମ୍‌ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ ଓଭରରେ ୮୦ ରନ ସଂଗ୍ରହ କରି ଚମ୍ପିୟାନ ବିବେଚିତ ହୋଇଥିଲା । ଏହି ଅବସରରେ ବିଜୟୀ ଟିଟିଲାଗଡ଼ ଟିମ୍‌କୁ ୩୫ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଟିମ୍‌ ସଇଁନ୍ତଲା ଟିମକୁ ୨୨ ହଜାର ଟଙ୍କା ସହ ଅତିଥିମାନେ ପ୍ରଦାନ କରିଥିଲେ । ଏହି ଖେଳକୁ ସୁଶାନ୍ତ ବୈଠାରୁ ଓ ପରମା ରାଉତ ପରିଚାଳନା କରିଥିବା ବେଳେ ସ୍କୋର ରାହୁଲ ଅଗ୍ରୱାଲ ଓ ଧାରା ବିବରଣୀ ଆକାଶ ପ୍ରଧାନ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କମିଟିର ଉପସଭାପତି ବିଜୟା ନନ୍ଦ, ସହସମ୍ପାଦକ ବିକ୍ରମ ସା, କୋଷାଧକ୍ଷ ରାଜା ଭୋଇ, ଉମେଶ ଭୋଇ, ରହିତ ସାହୁ, ରିଙ୍କୁ ଭୋଇ, ପ୍ରଶାନ୍ତ ଭୋଇ, ଅଚ୍ୟୁତ ସେଠ, ରଞ୍ଜନ ଭୋଇ, ଟୁକୁଲୁ ପାଣିଗ୍ରାହୀ, ସୁମିତ ଦଣ୍ଡସେନା, ଟିଟୁ ଦଣ୍ଡସେନା, ୱିସ୍ଡମ ଯାଦବ, ଲକି ନନ୍ଦ, ଦିନକୃଷ୍ଣ ପୃଷେଠ, ଅମୃତ ଦଣ୍ଡସେନା, ପ୍ରେମରାଜ ରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.