
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଭେଳା ଡ଼.କାଟ୍ ଜୁ ହାଇସ୍କୁଲ ଖେଳ ପଡିଆ ଠାରେ ଶୁକ୍ରବାର ବୁଢ଼ାରଜା କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ରୂପେ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭେଳା ଗ୍ରାମ ପଞ୍ଚାୟତର ନିର୍ଦ୍ଵନ୍ଦରେ ନିର୍ବାଚିତ ନୂତନ ସରପଞ୍ଚ ବିମଳ ଯୋଶୀ ଶୁଭ ଉଦ୍ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସମାଜ ସେବୀ ଗୁଣ ଶାଗର ନିଆଲ, ରତିକାନ୍ତ ମହାନ୍ତି, ଯୁବ ସାମ୍ୱାଦିକ ନଟ ଆଡବଙ୍ଗ, ଭେଳା ଗ୍ରାମ ପଞ୍ଚାୟତର ଗ୍ରାମୀଣ ରୋଜଗାର ସେବକ ରାଜେନ୍ଦ୍ର ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ଉଦ୍ଘାଟନୀ ମ୍ୟାଚରେ ଝଗ୍ରାହୀ ଦଳ ସହ ଉଦ୍ୟାନବନ୍ଧ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଝଗ୍ରାହୀ ଦଳ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରୁରେ ୨ ୱିକେଟ୍ ହରାଇ ୧୦୦ ରନ୍ ସଂଗ୍ରହ କରିଥିଲା । ତାହାର ଜବାବ୍ରେ ଉଦ୍ୟାନ ବନ୍ଦ୍ ଦଳ ନିର୍ଦ୍ଧାରିତ ୮ ଓଭରରେ ୯ ୱିକେଟ୍ ହରାଇ ୭୩ ରନ୍ ସଂଗ୍ରହ କରି ପାରିଥିଲା, ଯାହା ଫଳରେ ଝଗ୍ରାହୀ ଦଳ ୨୩ ରନ୍ରେ ବିଜୟୀ ହୋଇଥଲା । ଦ୍ୱିତୀୟ ମ୍ୟାଚ୍ କଣ୍ଟାପାଲି ଓ ବହଲ ମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାପାଲି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲା । ବହଳମୁଣ୍ଡା ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟ୍ ହରାଇ ୫୧ ରନ୍ ସଂଗ୍ରହ କରିଥିଲା ଜବାବ୍ରେ କଣ୍ଟା ପାଲି ଦଳ କୌଣସି ୱିକେଟ୍ ନ ହରାଇ ୫ ଓଭରରେ ଆବଶ୍ୟକ ରନ୍ ସଂଗ୍ରହ କରି ୧୦ ୱିକେଟ୍ରେ ବିଜୟୀ ହୋଇଥଲା । ତୃତୀୟ ମ୍ୟାଚ୍ ବଘାମୁଣ୍ଡା ସହିତ ଆଗ୍ରେନ୍ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଆଗ୍ରେନ୍ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ତାହାର ଜବାବ୍ରେ ବଘାମୁଣ୍ଡା ଦଳ ୭ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ୪ ୱିକେଟ୍ରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଭେଳା ପୋଷ୍ଟ ମାଷ୍ଟର ରାଜୀବ ନିଆଳ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅକ୍ଷୟ ସୁନାନୀ, ସୁରେନ୍ଦ୍ର ସୂପକାର, ଘନସ୍ୟାମ ମାଝୀ, ଖଗେବର ମାଝୀ, ଯୁବ ସାମ୍ୱାଦିକ ମୁକେଶ ଦଣ୍ଡସେନା, ବରିଷ୍ଠ ସମାଜ ସେବୀ ରଘୁନାଥ ଦାସ୍ ପ୍ରମୁଖ ଯୋଗ ଦେଇଥିଲେ । ଆମ୍ପିଆର ବିଜୟ ନିଆଳ ଓ ନଟ ଆଡବଙ୍ଗ ଖେଳ ପରିଚାଳନା କରିଥିଲେ । ସ୍କୋରର ଦାୟିତ୍ଵରେ ଆର୍ତ୍ତତ୍ରାଣ ଦୂରିଆ ଓ ବୈଷ୍ଣବ ବାଗ ଧାରା ବିବରଣି କରିଥିଲେ । କ୍ଲବ୍ ମେମ୍ବର ମୋହନ୍ ରଣା, ସୁଶାନ୍ତ ନୁଆଳ, ଆଶିଷ ଶବର, ରୋହନ ନୀଆଲ, ରୀବୁ ସୂପକର, ପିକୁ ଶବର, ବିକ୍ରମ୍ ମହାନ୍ତି, ତୁଳସୀ ଦାସ ସୁନାନୀ, ସେତୁରାମ ଶବର, ହେତୁ ଶବର, ଉଦିତ ନିଆଲ, ସାନନ୍ଦ କୈବର୍ତ୍ତ ପ୍ରମୁଖ ଖେଳରେ ସହଯୋଗ କରିଥିଲେ । ଏହି ଟୁର୍ଣାମେଣ୍ଟରେ ବିଜେତା ଦଳକୁ ନଗଦ ୨୦,୦୦୦ ଟଙ୍କା ସହ ଚାମ୍ପିଅନ ଟ୍ରଫି ଓ ଉପ ବିଜେତା ଦଳକୁ ନଗଦ ୧୨,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ତରଫରୁ ଘୋଷଣା କରାଯାଇଛି ।