om academy

ମା’ ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ସିନାପାଲି ଚମ୍ପିୟାନ

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ଖେଲପଡିଆଠାରେ ମା’ ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖର୍ସେଲ ପଞ୍ଚାୟତ ନାଏକ ସରପଞ୍ଚ ଲଛମନ ବଂଜରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଫରସରାମ ସା, ଜିଆର୍‌ଏସ୍‌ ତୁଲାସୀରାମ ନିଆଲ, ବରିଷ୍ଠ ସାମ୍ୱାଦିକ ଅଜିତ ଯୋଶୀ, ସମିତିସଭ୍ୟ ଲକ୍ଷ୍ମଣ ଭୋଇ, ବିଜେଡି ବ୍ଲକ ସଭାପତି ବିରେନ୍ଦ୍ର ଖମାରୀ, ବିଜେଡି ଯୁବ ସଭାପତି ପ୍ରଦିପ ପ୍ରଧାନ, ନରେଶ ସୁନାନୀ, ଗଗନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଫାଇନାଲ ଖେଳ ସିନାପାଲି ଦଳ ଓ କେନ୍ଦୁମୁଣ୍ତା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ସିନାପାଲି ଦଳ ୧୫ ଓଭରରେ ୨୦୮ ରନ ସଂଗ୍ରହ କରିଥିଲା । ଜବାବରେ କେନ୍ଦୁମୁଣ୍ତା ଦଳ ୧୧ ଓଭର ଖେଳି ୮୮ ରନ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଥିଲା । ଫଳରେ ସିନାପାଲି ଦଳ କୁ ବିଜୟୀ ଘୋଷିତ କରାଯାଇଥିଲା । ଶେଷରେ ବିଜୟୀ ଦଳକୁ ଉପସ୍ଥିତ ଅତିଥିମାନେ ବିଜୟୀ ଟ୍ରଫି ପ୍ରଦାନ କରିଥିଲେ । କମିଟି ସଭାପତି ବିକ୍ରମ ମାଝି, ଦୁର୍ବଳ ତାଣ୍ତି, ବବଲୁ ସାହୁ, ଟିକେଲାଲ ମାଝି, ଗଗନ ସାହୁ, ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.