oom

ଖଡ଼ିଆଳ ବ୍ଲକ ବଡ଼ମହେଶ୍ଵର ଗ୍ରାମରେ ଅନୁଷ୍ଠିତ ହେଉଥିବା ରୟାଲ କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି

jsmm

ଖଡ଼ିଆଳ, (ନିରାକାର ମେହେର) : ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ଭାବରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିଦୁର ଶବର ରହିଥିବା ବେଳେ ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର କୁଲଦୀପ, ପୂର୍ବତନ ସମିତି ସଭ୍ୟ ଗୌତମ ତାଣ୍ଡି, ସନ୍ତୁ ପଟ୍ଟନାୟକ, ଦଶମୁ ବେହେରା, ହେରାମ୍ବ ଶବର ଏହି ଫାଇନାଲ ମ୍ୟାଚରେ ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ଅମଲାପାଲି ଓ ଭୋଜପୁର ଦଳ ମଧ୍ୟରେ ହୋଇଥିଲା । ପ୍ରଥମେ ଭୋଜପୁର ଦଳ ଟସ ଜିତି  ନିର୍ଦ୍ଧାରିତ ୧୫ ଓଭରରେ ୧୨୮ ରନ ସଂଗ୍ରହ କରିଥିଲା । ଜବାବରେ ଅମଲାପାଲି ଦଳ ୧୩ ଓଭରରେ ଚାରି ଉଇକେଟ୍‌ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଚାମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ମ୍ୟାଚରେ ଧାରା ବିବରଣୀ ଥବିର ଦୀପ କରିଥିବା ବେଳେ ଏମପେୟାର ଭାବରେ ବସନ୍ତ ଶବର ଏବଂ ତରୁଣ ହରିଜନ, ରୟାଲ କ୍ଲବ ବଡ଼ମହେଶ୍ୱର ଏହାକୁ ଆୟୋଜନ କରିଥିବା ବେଳେ ଏଥିରେ ୧୬ଟି ଦଳ ଭାଗ ନେଇଥିଲେ । ମ୍ୟାଚରେ ସହଯୋଗ କରିଥିଲେ ଆୟୋଜକ କମିଟିର ସଭାପତି ଯୁଗଳ ଭୋଇଙ୍କ ସମେତ ଅନିଲ ଭୋଇ, ବୀରେନ୍ଦ୍ର  ପଟେଲ, ତୁଳା, ପପୁ, ଟିକେରାମ, ମୋହନ ଭୋଇ, ଅଭିଳାଷ, ଜୟକ୍ରିଷ୍ଣା, ରାଜେନ୍ଦ୍ର ସମସ୍ତେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.