ରତାଖଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିଣ୍ଡୁଲକୁ ହରାଇ ନୂଆଁପାଲି ଚମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଖେଳପଡିଆରେ ରତାଖଣ୍ଡି କ୍ରିକେଟ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲରେ ନୂଆଁପାଲି କ୍ରିକେଟ କ୍ଳବ୍ ବିଜୟୀ ହୋଇ ଚାମ୍ପିଅନ ହୋଇଥିବା ବେଳେ ସିଣ୍ଡୁଲ ଦଳକୁ ଦ୍ଵିତୀୟ ଶ୍ରେଷ୍ଠ ଦଳ ଭାବେ ଘୋଷଣା କରାଯାଇଥିଲା । ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଟିକୁ ଭୋଇଙ୍କୁ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ରାଜା ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଖେଳକୁ ଅକ୍ଷୟ ସାହୁ ଓ ହରିଶଙ୍କର ପଧାନ ପରିଚାଳନା କରିଥିଲେ । ସ୍କୋରର କାର୍ଯ୍ୟ ଅର୍ଜୁନ ରଣା ସମ୍ପାଦନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ବିଜେଡି ବ୍ଳକ ଯୁବ ସଭାପତି ଶୈଲେନ୍ଦ୍ର ସାହୁ, ଗୌଡଗୋଠ ସରପଞ୍ଚଙ୍କ ପ୍ରତିନିଧି ମୟ ନନ୍ଦ ଓ ରହିମ ପଧାନ ପ୍ରମୁଖ ଯୋଗଦେଇଥିଲେ । ପ୍ରତିଯୋଗିତା ପରିଚାଳନାରେ ରତାଖଣ୍ଡି କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.