ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସାଲେପାଲିକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ପଂଚାୟତ ଝାରମୁଣ୍ଡାରେ ଏକଦିବସିୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାର ଫାଇନାଲ ଖେଳରେ ସାଲେପାଲିକୁ ହରାଇ ଦେଓଗାଁ ଚାମ୍ପିୟନ ହୋଇଥିଲା । ଏହି ଅବସରରେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶୈଳେନ୍ଦ୍ର ସାହୁ, କୁନୁ ବହିଦାର, ଟିକେଚନ୍ଦ୍ର ସାହୁ, ବିରେନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲ ଖେଳକୁ ଭୋଳାନାଥ ସାହୁ ଓ ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସତ୍ୟ ସାହୁ ସ୍କୋରର ଦାୟିତ୍ୱରେ ତୁଲାଇଥିଲେ । ଉକ୍ତ ଟୁର୍ନାମେଣ୍ଟକୁ ଅବନୀ ସାହୁଙ୍କ ନେତୃତ୍ୱରେ ଗାଁର ସମସ୍ତ ଖେଳାଳିମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.