jayashree

ମୋହନଗିରିରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

  • ରବିବାର ନୟାଗଡ଼ ଓ ବଲାଙ୍ଗିରକୁ ଫାଇନାଲରେ ପ୍ରବେଶ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରିଠାରେ ଧବଳେଶ୍ୱର କ୍ରୀଡା ଓ ସଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିତି ବଲାଙ୍ଗିର ପ୍ରଥମେ ବ୍ୟାଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୧୬.୩ ବଲରେ ୨୩୯ ରନ କରିଥିଲେ । ବିପକ୍ଷରେ ନୟାଗଡ ୧୬.୧ ବଲରେ ୯ ଉଇକେଟ୍‌ ହରାଇ ୨୪୪ ରନ କରି ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଥିଲେ । ସୌରଭ ୭୭ରନ କରି ମେନ ଅପ୍‌ ଦି ମ୍ୟାଚ୍‌ର ହକଦାର ହୋଇଥିଲେ । ଆଜିର ମ୍ୟାଚ୍‌ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ ଖେଳାଳିମାନଙ୍କୁ ଉତ୍ସାହିତ କରିଥିବା ବେଳେ ରାଧାକାନ୍ତ ବେହେରା, ଜୁବିନ ଲାହାଜାଲ, ଜିତୁରାମ ପଧାନ ଓ ସତ୍ୟ ନାରାୟଣ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ସୁନୀଲ କୁମାର ଭୋଇ, ଆଶିଷ କୁମାର ସାହୁ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ଶଶିକାନ୍ତ ମାଝୀ, ଜଳେଶ୍ୱର ସାହୁ ଓ ସପନେଶ୍ୱର କର୍ମୀ ଅନୁଷ୍ଠାନ ସଭାପତି ଶୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା, ସମେତ ସନ୍ତୋଷ ପାତ୍ର, ବାପି ସା, କୈଳାଶ ଧରୁଆ, ଚନ୍ଦ୍ରକାନ୍ତ ମାଝୀ, ମକୁନ୍ଦ କୁମାର, ରିଚେସ ପାତ୍ର, ଆଶିଷ ମାଝୀ, ଶ୍ରୀମନ୍ତ ଧରୁଆ, ତିଲୁ ମହାନନ୍ଦ, ଉତେଶ ଧରୁଆ ଓ କୁଞ୍ଜ ବିହାରୀ ପ୍ରଧାନୀ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ରବିବାର ନୟାଗଡ଼ ଓ ବଲାଙ୍ଗିର ମଧ୍ୟରେ ଫାଇନାଲ ମ୍ୟାଚ୍‌ ହେବ ବୋଲି କମିଟି ତରଫରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.