oom

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ଲାରମ୍ଭା ବିଜୟୀ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ ବ୍ଲୁ ଡ଼ାଇମଣ୍ଡ କ୍ରିକେଟ୍ କ୍ଲବ୍ ଓ ଲରମ୍ଭା କଲେଜ ଜିତି ନେଇଛନ୍ତି । ଆଜିର ଖେଳରେ ବିକାଶ ଷ୍ଟାଡିୟମରେ ବରଗଡ଼ ବ୍ଲୁ ଡାଇମଣ୍ଡ କ୍ଲବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁରଙ୍କ ୧୨୯ ରନ ସହ ପ୍ରତିଯୋଗିତାର ପ୍ରଥମ ଶତକ, ପିଣ୍ଟୁ କାଲଶାଙ୍କ ୫୩ ରନ, ରୂପକ ପ୍ରଧାନଙ୍କ ୪୦ ରନ, ସୁମିତ ରାୟଙ୍କ ୪୩ ରନ, ଅବିନାଶ ସିଂଙ୍କ ୩୦ ରନ ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭର ଖେଳି ୭ ୱିକେଟ୍ ବିନିମୟରେ ବିଶାଳ ୩୫୫ ରନର ବଡ ସ୍କୋର କରିଥିଲେ । ପ୍ରତିପକ୍ଷ କଟାପାଲି ଦଳ ପକ୍ଷରୁ ଜ୍ୟୋତି ସେଟ୍ ୫୬/୩, ଦୁର୍ଗା ଅଗ୍ରୱାଲ ୬୯/୧, ସାଜନ ସାହୁ ୬୪/୧, ସୋହନ ସାହୁ ୩୩/୧, ଶୃତିରାଜ୍ ମିଶ୍ର ୬୦/୧ ୱିକେଟ୍ ନେଇଥିଲେ । ଏହି ବଡ ସ୍କୋରର ପିଛାକରି କଟାପାଲି ଦଳ ୨୩ ଓଭର ଖେଳିବାରେ ସକ୍ଷମ ହୋଇ ଦଳ ମାତ୍ର ୯୯ ରନରେ ଅଲ୍ ଆଉଟ୍ ହୋଇ ମ୍ୟାଚକୁ ୨୫୬ ରନର ବଡ ବ୍ୟବଧାନରେ ହାରି ଯାଇଥିଲା । କଟାପାଲି ଦଳ ପକ୍ଷରୁ ଘନଶ୍ୟାମ ୩୦ ରନ, ଶୁଭମ୍ ଦାସ ୨୧ ରନ, ଦୁର୍ଗା ଅଗ୍ରୱାଲ ୧୭ ରନ, ପପୁନ ସେଟ୍ ୧୫ ରନ କରିଥିଲେ । ବ୍ଲୁ ଡ଼ାଇମଣ୍ଡ ଦଳ ପକ୍ଷରୁ ପ୍ରେରିତ ଟତ୍ପୋ ୯/୪, ଅମିତ୍ ବିକ୍ରମ ରାଉତ ୧୬/୩, ଅବିନାଶ ସିଂ ୨୯/୨, ଅମରଜିତ୍ ସିଂ ୧୭/୧ ୱିକେଟ୍ ନେଇଥିଲେ । ମ୍ୟାଚକୁ ୱିଲସନ ସିଂ ଓ ଶୁଭମ୍ ପାତ୍ର ପରିଚାଳିତ କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଲରମ୍ଭା କଲେଜ ଟସ ଜିତି ପ୍ରଥମେ ବ୍ୟାଟିଂ କରି ବିଶାଳଅଗ୍ରୱାଲଙ୍କ ୬୪ ରନ, ଶଶିକାନ୍ତ ମଲ୍ଲିକଙ୍କ ୪୮ ରନ, ବିଜନ ଦେହୁରୀଙ୍କ ୨୮ ରନ ଓ ସଙ୍ଖ ଗଡତିଆଙ୍କ ୨୦ ରନ ଫଳରେ ୩୭.୩ ଓଭରରେ ୨୦୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ପ୍ରତିପକ୍ଷ ଅତାବିରା ଜେ ୱା ଏସ ପକ୍ଷରୁ ଅବିନାଶ ମହନା ୪୨/୪, ଜିଆଉର୍ ରେହେମାନ ୩୪/୪, ସୋମ୍ୟାଦର୍ଷି ପ୍ରଧାନ ୨୩/୧, ଆଦିତ୍ୟ ସାହୁ ୩୪/୧ ୱିକେଟ୍ ନେଇଥିଲେ । ଜବାବରେ ଅତାବିରା ଜେ ୱା ଏସ ଦଳ ୩୭.୧ ଓଭରରେ ସ୍ବରାଜ ନାଗଙ୍କ ୫୦ ରନ, ଏମ. ଡି. ଫିର୍ଦୋସ ଙ୍କ ୪୬ ରନ, ଅର୍ପିତ ପଣ୍ଡା ୧୨ ରନ, କୁଶ ସାହୁ ୧୦ ରନ କରିଥିଲେ । ପ୍ରତିପକ୍ଷ ଲରମ୍ଭା କଲେଜ ପକ୍ଷରୁ ଚନ୍ଦନ ସାହୁ ୨୮/୪, ବିଶାଳ ଅଗ୍ରୱାଲ ୨୬/୨, ବିଜନ ଦେହୁରୀ ୧୭/୧, ମୈତ୍ରୟ କମ୍ପ ୨୧/୨ ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାଳନା ପ୍ରଦିପ ଦାଶ ଓ ଭରତ ଚେତନ ପଣ୍ଡା କରିଥିବା ବେଳେ ସ୍କୋରର ଥିଲେ ମନୋଜ ପାତ୍ର ଓ ଅଶୋକ ସାହୁ ।

jittmm
Leave A Reply

Your email address will not be published.