ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ରିକେଟ କ୍ଲବର ପ୍ରତିଯୋଗିତାରେ ବରଗଡ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ ହୋଇଛି । ଆଜି ବିକାଶ ଗ୍ରାଉଣ୍ଡରେ ବରଗଡ ଫାଇଟରସ କ୍ଲବ ପ୍ରଥମେ ବ୍ୟାଟିଂ କରି ମାତ୍ର ୩୨ ଓଭରରେ ୮୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ । ରାହୁଲ୍ ସରାଫ ୨୫ ରନ, ଅଭିମନ୍ୟୁ ସା ୧୩ ରନ, ଜୀୟାୟୁର ରେହେମାନ୍ ୧୦ ରନ କରିଥିଲେ ।ବିକାଶ ପକ୍ଷରୁ ରାହୁଲ୍ ଚୌଧୁରୀ ୨୯/୩, ରାକେଶ ରଞ୍ଜନ କିଷାନ ୧୩/୨ ଓ ରୋହିତ ସିଂ ୨୯/୨ ୱିକେଟ ନେଇଥିଲେ । ଜବାବରେ ବିକାଶ ରାକେଶ ରଞ୍ଜନ କିଷାନ ୩୬ ରନ, ନିହାର ରଞ୍ଜନ ବେହେରା ୨୩ ରନ କରିଥିଲେ । ଦଳ ମାତ୍ର ୧୨.୧ ଓଭରରେ ୮୫/୧ ରନ କରି ମ୍ୟାଚକୁ ୯ ୱିକେଟରେ ଜିତି ନେଇଥିଲା । ଏହି ଖେଳ ପରିଚାଳନା କରିଥିଲେ ଅକ୍ଷୟ ସାହାଣୀ ଓ ପ୍ରଦୀପ କୁମାର ଦାଶ । ସ୍କୋରର ଥିଲେ ରଜତ ଦାଶ । କଟାପାଲିଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବରଗଡ ପ୍ରାଇଡ ଦଳ ଓ ଗୋଡଭଗା ସେଣ୍ଟ୍ରାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୋଡଭଗା ଦଳ ପ୍ରଭଞ୍ଜନ ସାହୁଙ୍କ ୭୩ ରନ, ବାଦଲ ପରଦେଶୀଙ୍କ ୨୮ ରନ ଫଳରେ ଦଳ ୩୨.୩ ଓଭରରେ ୨୨୩ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ବରଗଡ ପ୍ରାଇଡ ପକ୍ଷରୁ ପୀକେଶ ସ୍ବାଇଁ ୫୮/୫, ସୌମ୍ୟ ରଞ୍ଜନ ରଥ ୫୭/୩ ୱିକେଟ ନେଇଥିଲେ । ଜବାବରେ ବରଗଡ ପ୍ରାଇଡ ଦଳ ମାତ୍ର ୫୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ସୌରଭ ୮ ରନ ଓ ଜୟ ଦିପ ୭ ରନ କରିଥିଲେ । ପ୍ରତିପକ୍ଷ ଦଳର ବାଦଲ ପରଦେଶୀ ନିଶାଦ୍ ୨୮/୬, ଝସକେତନ୍ ସାହୁ ୧୩/୩ ୱିକେଟ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ସୁଶାନ୍ତ ପାଣିଗ୍ରାହୀ ଓ ଶୁଭମ୍ ପାତ୍ର । ସ୍କୋରର ଥିଲେ ମନୋଜ ପାତ୍ର ।

Leave A Reply

Your email address will not be published.