om academy

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳ ଚୟନ

jsm

ନବରଙ୍ଗପୁର : କଟକଠାରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ବର୍ଷରୁ କମ କ୍ରିକେଟ ଟୁର୍ମାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ସାଇନ୍ସ ବ୍ଲକ ପଡିଆଠାରେ ଦୁଇ ଦିବସୀୟ ଷୋହଳ ବର୍ଷରୁ କମ କ୍ରିକେଟ ଦଳର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଦଶ ଗୋଟି ବ୍ଲକରୁ ସର୍ବମୋଟ ଷାଠିଏ ଜଣରୁ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ପନ୍ଦର ଜଣିଆ ଦଳ ଘୋଷଣା କରିଛନ୍ତି । ସେମାନେ ହେଲେ ରାଇଘରର ଆଦିତ୍ୟ ତିୱାରି, ରାକେଶ କେଉଟ, ଉମରକୋଟର ଜିତ କାସମକାର, ଇଶାନ୍ତ ବୈରାଗୀ, ଡାବୁଗାଁର ଦୌଡ଼ ମଙ୍ଗରି, ଗୋପବନ୍ଧୁ ସାମନ୍ତ, ନବରଙ୍ଗପୁରର ବିଜୟ ଭତ୍ରା, ରୁଦ୍ର ପୃଥିବୀ ରାଜ ପୂଜାରୀ, ରହନ କୁମାର ସୁନା, ମାମୁନାଲଲ ଭୂଷଣ, ସେହିପରି ଝରିଗାଁର ବାବୁଲା ପନକା, ହେମନ୍ତ ହରିଜନ, ସମୀର କୁମାର ହିଆଲ, ଚିତ୍ତରଞ୍ଜନ ମାଝୀ ଏବଂ ଭବାନୀ ଶଙ୍କର ବଂଜାରା । ଖେଳାଳିଙ୍କ ନାମ ଘୋଷଣା କାର୍ୟ୍ୟକ୍ରମରେ ସହ ସମ୍ପାଦକଏମ.ବାଲା କୃଣ୍ଣ ରାଓ, ଉପ ସଭାପତି ସୁବେନ୍ଦୁ ନାଥ ବେହେରା, ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଖେଳାଳିଙ୍କୁ ବରିଷ୍ଠ କ୍ରିକେଟ ଖେଳାଳି ଅଶୋକ ନାୟକ, ଏମ. ଡି ଜାଫର, ସବୀର ବେଗ, ଲମ୍ବୋଦର ସୌରା ଚୟନ କରିଥିବା ବେଳେ ସାଇ କୁମାର, ଅମିତ ଦାସ, ଦିଲୀପ ବିଷୋୟୀ, ସମେଶ ନାୟକ, ବିଶ୍ୱଜିତ ପଟ୍ଟନାୟକ ଏବଂ ସମ୍ବିତ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଦଳର କୋଚ ଭାବରେ ସୁବ୍ରତ ଗଣ୍ଡ ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ କଟକ ଯାତ୍ରା କରିବ ବୋଲି ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.