ଇଏସସିସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ : ଅତର୍ଲା ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ହାଇସ୍କୁଲ ଖେଳ ପଡିଆରେ ଇଏସସିସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ ଫାଇନାଲ୍‌ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ ଖେଳ ପାଇକମାଲ ଦମକଳ ବିଭାଗ ଟିମ୍‌ ଓ ଅତର୍ଲା ମଧ୍ୟରେ ହୋଇଥିଲା । ଦମକଳ ଦଳ ଟସ୍‌ ଜିଣି ବ୍ୟାଟିଂ କରି ନିର୍ଧାରିତ ୮ ଓଭରରେ ୬୬ ରନ୍‌ କରିଥିଲା ବେଳେ ଅତର୍ଲା ଦଳ ୫ ଓଭର ୧ ବଳରେ ୭୭ ରନ୍‌ କରି ବିଜୟୀ ହୋଇଥିଲେ । ଏ ନେଇ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମୁଜାଫର ହୁସେନ, ସମ୍ମାନିତ ଅତିଥି ଭାବେ ଆକାଶ ପାଣିଗ୍ରାହୀ, ବିକାଶ ବହିଦାର, ବଡ ଶତପଥି, ଗୌରାଙ୍ଗ ଦାସ ପ୍ରମୁଖ ସମାଜସେବୀମାନେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳଙ୍କୁ ତଥା ଅନ୍ୟ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସୁରଜ ପଣ୍ଡା ସଭାପତି, ଗୋକୁଳା ପ୍ରଧାନ ଅତିଥି ପରିଚୟ ପ୍ରଦାନ, କାର୍ତ୍ତିକ ବରିହା ସଭାର ଉଦ୍ଦେଶ ଜ୍ଞାପନ କରିଥିଲେ । ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ ଦି ସିରିଜ ରାଜୀବ ବରିହା, ବେଷ୍ଟ ବୋଲର ଥବିର ପୁଟା, ବେଷ୍ଟ ବ୍ୟାଟ୍‌ ମ୍ୟାନ୍‌ ପପ୍ପୁ ସାହୁଙ୍କୁ ଅତିଥିମାନେ ପୁରସ୍କାର ଦେଇଥିଲେ । ସେହିପରି ଖେଳ ପରିଚାଳନା ସହଳ ସେଠ ଓ ଅରୁନ ସିଂହ କରିଥିଲା ବେଳେ ଧାରା ବିବରଣୀ ମିତ୍ରଭାନୁ ପ୍ରଧାନ ଦାୟିତ୍ୱ ତୁଳାଇ ଥିଲେ । ବିରଞ୍ଚି ସୁନା, ଅଜୁ ସେଠ, ସଞ୍ଜୟ ସାମଲ, ମାନ ବେମାଲ, ରମେଶ ଗୋଛି, ଜିତେନ୍ ମଟାରି ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଶେଷରେ ଡୋଲାମଣି ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.