ଗୌଡ଼କର୍ଲାଖୁଣ୍ଟା କ୍ରିକେଟ ପ୍ରିମିୟର ଲିଗ୍‌ : ଟୁବୁସ୍ ଚମ୍ପିଆନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼କର୍ଲାଖୁଣ୍ଟା ଠାରେ ଗୌଡ଼କର୍ଲାଖୁଣ୍ଟା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ ହେଇଯାଇଛି । ଏଥିରେ ଟୁବୁସ ଦଳ ଚମ୍ପିଅନ ହେଇଥିବା ବେଳେ ଗୌଡ଼କର୍ଲାଖୁଣ୍ଟା ଦଳ ରର୍ନ୍ସଅପ୍ ହେଇଛନ୍ତି । ଆଜିର ଫାଇନାଲ ମ୍ୟାଚରେ ପ୍ରଥମେ ଟସ୍ ଜିତି ଟୁବୁସ ଦଳ ବ୍ୟାଟେିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୨୨୮ରନ ସଂଗ୍ରହ କରିଥିଲେ । ଗୌଡ଼କର୍ଲାଖୁଣ୍ଟା ଦଳ ମାତ୍ର ୯୫ରନ ସଂଗ୍ରହ କରି ପରାଜିତ ହେଇଥିଲେ । ଟୁବୁସ ଦଳର ରାଜୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ୍ ଅଫ ଦି ସିରିଜ ପ୍ରଦାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଯୁବ ସମାଜସେବୀ ନୀଲ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବରେ ସଂକୀର୍ତ୍ତନ ପାଲ,ସତ୍ୟଜିତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ କାର୍ୟ୍ୟକ୍ରମ ପରିଚାଳନାରେ କମିଟୀର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.