- କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଚମ୍ପିୟାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଫାଇନାଲ ମ୍ୟାଚ୍ରେ କଣ୍ଟାବାଞ୍ଜିକୁ ୨୭ ରନ୍ରେ ହରାଇ ରାଞ୍ଚି ଦଳ ଚମ୍ପିୟାନ ହୋଇଛି । ଆଜିର ଏହି ଉଦ୍ଘାଟନୀ ମ୍ୟାଚ୍କୁ ସ୍ୱତନ୍ତ୍ର ଅତିଥି ଭାବରେ ମାନସ ମେଡିକାଲ ପ୍ରୋପାଇଟର ପ୍ରଦୀପ୍ତ ସାହୁ ଓ ସମ୍ମାନୀତ ଅତିଥି ଭାବରେ ଛିନ୍ଦେଇକେଲା ହାଇସ୍କୁଲ ପିଇଟି ଶିକ୍ଷକ ହେମସାଗର ସାହୁ ଯୋଗଦେଇ ଉଦ୍ଘାଟନ କରିଥିଲେ । ରାଞ୍ଚି ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅନିବନ ଚାଟାର୍ଜୀ ୫୦ ରନ୍, ଲକ୍ଷ୍ୟ ଆରୋରା ୨୩ ରନ୍ , ସିଦ୍ଧାନ୍ତ ସୁଧି ୧୯ ରନ୍ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳରୁ ସୁଶାନ୍ତ ପୁଟେଲ ୩ ୱିକେଟ, ବିଜୟ କୁମ୍ଭାର, ରୁଦ୍ର ବାଗ ୨ ୱିକେଟ ଲେଖାଏଁ ନେଇଥିବା ବେଳେ ସମିର ଖାଁ ଓ ଅମିତ ଜୁଏଡ ୧ ୱିକେଟ ଲେଖାଏଁ ନେଇଥିଲେ । ୧୪୧ ରନ ବିଜୟ ଲକ୍ଷ୍ୟ ନେଇ କଣ୍ଟାବାଞ୍ଜି ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ୧୧୩ ରନ୍ରେ ପରାଜିତ ହୋଇଥିଲେ । ରାଞ୍ଚି ଦଳ ୨୭ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି । ଦଳ ପକ୍ଷରୁ ରୁଦ୍ର ବାଗ ସର୍ବାଧିକ ୨୩ ରନ ସଂଗ୍ରହ କରିଥିଲେ । ରାଞ୍ଚି ଦଳରୁ ଆକାଶ କୁମାର ସିଂ ୫ ୱିକେଟ, ରାଜୁ ପାଣ୍ଡେ ୨ ୱିକେଟ, ସଙ୍କଟ ମୋଚନ ତ୍ରିପାଠୀ, ଶିତ କୁମାର ଓ ସୁମିତ ସୌରଭ ୧ ୱିକେଟ ଲେଖାଏଁ ନେଇଥିଲେ । ବିସିସିଆଇ ଅମ୍ପାୟର ମହେସ ମୁନସୀ ଓ ଓସିଏ ଅମ୍ପାୟର ଅମୀୟ ସାହୁ ଖେଳ ପରିଚାଳନା କରିଥିବା ବେଳେ ଓସିଏ ଅମ୍ପାୟର ସଚ୍ଚିଦାନନ୍ଦ ପଣ୍ଡା ମ୍ୟାଚ ରେଫରୀ ଥିଲେ । ବୁନିଲ କୁମାର ସାହୁ, ପ୍ରମୋଦ ଦାଶ, ଆସମାନ ସାହୁ ଓ ସୂରଜ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ, ପ୍ରହଲ୍ଲାଦ ଭୋଇ ଓ ରମେଶ ଚନ୍ଦ୍ର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଆୟୋଜକ କମିଟି ସଭାପତି ଜତୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେହ ମହାମାୟା ସ୍କୁଲ ଏମଡି ଟଙ୍କଧର ସାହୁ, ଖରିଆର ଓଏଭି ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର, ଅଶୋକ ଜିନ୍ଦଲ ଓ ସୁମିତ ଅଗ୍ରୱାଲ ଯୋଗଦେଇ ଚମ୍ପିୟାନ ରାଞ୍ଚି ଦଳକୁ ୪୦ ହଜାର ଶହ ଟ୍ରଫି ଓ ରନର୍ସ କଣ୍ଟାବାଞ୍ଜୀ ଦଳକୁ ୩୦ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ୍ ଅନିରବନ ଚାଟାର୍ଜୀ ପାଇଥିବା ବେଳେ ପ୍ଳେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଆଶାକ କୁମାର ସିଂକୁ ପୁରସ୍କୃତ କରିଥିଲେ । ପତିତପାବନ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ ଉପଦେଷ୍ଟା ପ୍ରଶାନ୍ତ ସାହୁ, ରୋହିତ ସାହୁ, ହେମସାଗର ସାହୁ, ଆନନ୍ଦ ସାହୁ, ସ୍ୱତନ୍ତ୍ର ସାହୁ, ନିରାକାର ରଣା, ବିନନ୍ଦ ସାହୁ, ଜୁନିଅର ପ୍ରଶାନ୍ତ ସାହୁ, ପ୍ରମୋଦ ସାହୁ, ସୁଶାନ୍ତ ସାହୁ, ସଭ୍ୟ ଆଦର୍ଶ ସାହୁ, ଆକାଶ ସାହୁ, ବୁନିଲ ସାହୁ, ବବଲୁ ପୃଷ୍ଟି, ପିଣ୍ଟୁ ସାହୁ, ସତ୍ୟ ସାହୁ, ରାଜୁ ସାହୁ, ଦୀପକ ସାହୁ, ନରେଶ ସାହୁ, ନିକୁ ସାହୁ, ସିପୁନ କୁମାର ସାହୁ, ରିଷଭ ସାହୁ, ରୂପକ ସେଠ, ପୁସ୍ତମ ବଗର୍ତ୍ତୀ, ଅଶ୍ଵିନୀ ସାହୁ, କବିରାଜ ସାହୁ, ରବି ଭୋଇ ପ୍ରମୁଖ ସହଯୋଗ କରିଥିବା ଉପଦେଷ୍ଟା ପ୍ରଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।