centurian jitm

ପଞ୍ଚମ ଦିନରେ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌

nschool
  • କଟକକୁ ହରାଇ ସେମିଫାଇନାଲ୍‌ରେ ରାୟଗଡ଼ା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଳବ୍ ତରଫରୁ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଶେଷ ଲିଗ୍ ମ୍ୟାଚ୍‌ରେ ରାୟଗଡ଼ା ଦଳ କଟକକୁ ୫ ୱିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବରେ ଜଣାଶୁଣା ବ୍ୟବସାୟୀ ଶୁଶାନ୍ତ ସାହୁ ଓ ଡଃ ପଙ୍କଜ ଭୋଇ ଯୋଗଦେଇ ଉଦ୍‌ଘାଟନ କରିଥିଲେ । କଟକ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ମନୋରଞ୍ଜନ ଦାସ ୨୧, ଅବଦୁଲ ଲାତିପ ୧୮, ରଞ୍ଜନ ସାମଲ ୧୪ , ପି.ଗୋବିନ୍ଦ ଓ ପ୍ରକାଶ ନାୟକ ୧୨ ରନ କରିଥିଲେ । ରାୟଗଡା ଦଳରୁ ଦୀପକ ସାମନ୍ତରାୟ ୩ ୱିକେଟ, କୁନାଲ ବର୍ମା ୩ ୱିକେଟ, ଆଶିଷ କୁମାର ଓ ହିତେଶ ହାମଦେବ ୨ ୱିକେଟ ଲେଖାଏଁ ନେଇଥିଲେ । ୧୩୩ ରନ ବିଜୟ ଲକ୍ଷ୍ୟ ନେଇ ରାୟଗଡ଼ା ଦଳ ୧୮.୨ ଓଭରରେ ୫ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି । ରାୟଗଡା ଦଳ ପକ୍ଷରୁ ଦୀପକ ସାମନ୍ତରାୟ ୫୪ ରନ, ଆଶିଷ କୁମାର ୧୮, ରଞ୍ଜନ କୁମାର ୧୭ ଓ ନଲ୍ଳି ଦୀପକ ୧୩ ରନ ସଂଗ୍ରହ କରିଥିଲେ । କଟକ ଦଳରୁ ଆକାଶ ବାରିକ ୨ ୱିକେଟ, ସାୟେଦ ଇରଫାନ ଓ ଶୋମାଶିଷ ବାରିକ ୧ ୱିକେଟ ଲେଖାଏଁ ନେଇଥିଲେ । ବିସିସିଆଇ ଅମ୍ପାୟର ମହେସ ମୁନସୀ ଓ ଓସିଏ ଅମ୍ପାୟର ଅମୀୟ ସାହୁ ଖେଳ ପରିଚାଳନା କରିଥିଲେ । ରିଷଭ ସାହୁ ଓ ଆସମାନ ସାହୁ ସ୍କୋରର ଥିବା ବେଳେ ରମେଶ ସାହୁ ଓ ପ୍ରହ୍ଲାଲାଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ୱତିକ୍ କେଟଲ ଫିଡସ୍ ପ୍ରୋପାଇଟର ବିନନ୍ଦ ସାହୁ ଓ ସମ୍ମାନୀତ ଅତିଥି ଭାବରେ ଏମ୍‌ଏମ୍‌ ଷ୍ଟୁଡିଓ ପ୍ରୋପାଇଟର ମଦନଲାଲ୍ ସାହୁ ଯୋଗଦେଇ ରାୟଗଡ଼ା ଦଳର ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଦୀପକ ସାମନ୍ତରାୟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ପତିତପାବନ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ କମିଟିର ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ ଉପଦେଷ୍ଟା ହେମସାଗର ସାହୁ, ରୋହିତ ସାହୁ, ପ୍ରଶାନ୍ତ ସାହୁ, ଆନନ୍ଦ ସାହୁ, ପତିତପାବନ ସାହୁ, ପ୍ରମୋଦ ସାହୁ, ସ୍ୱତନ୍ତ୍ର ସାହୁ, ସଭ୍ୟ ରାମକିଶନ ହଂସ, ଆକାଶ ସାହୁ, ସତ୍ୟ ସାହୁ ଦୀପକ ସାହୁ, ବବଲୁ ପୃଷ୍ଟି, ନିକୁ ସାହୁ, ସିପୁନ କୁମାର ସାହୁ, ବୁନିଲ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ରାଞ୍ଚି ଓ ରାୟଗଡ଼ା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ ବୋଲି ଉପଦେଷ୍ଟା ହେମସାଗର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.