୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ତୃତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ କଟକ ଦଳ ଟସ୍ ଜିଣି ବେଟିଙ୍ଗ କରିଥିଲେ । କଟକ ଦଳ ୨୧.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୧ ରନ୍ ସଂଗ୍ରହ କରିଥିଲା । କଟକ ଦଳରୁ ବିନାୟକ ସାହୁ ସର୍ବାଧିକ ୪୩ ରନ କରିଥିଲେ । ପ୍ରତିପକ୍ଷ ଜବାବରେ ସମ୍ବଲପୁର ଦଳ ସଂଘସପୂର୍ଣ୍ଣ ମ୍ୟାଚରେ ୯ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରି ୧ ୱିକେଟରେ ବିଜୟୀ ହୋଇ ସମ୍ବଲପୁର ଦଳ ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ସମ୍ବଲପୁର ଦଳ ପକ୍ଷରୁ ୱାଲ୍ଟର ଟପ୍ପୁ ୩୮ ରନ କରିଥିଲେ । ଆଜିର ମ୍ୟାଚରେ ସମ୍ବଲପୁର ଦଳର ଦୀନ ଦାଶ ୧୭ ରନରେ ୪ ଗୋଟି ଉଇକେଟ ନେଇଥିଲେ । ଆଜି ତୃତୀୟ ଦିନର ପୁରସ୍କାର ବିତରଣୀ ଅବସରରେ ଅତିଥି ଭାବରେ ପଦ୍ମପୁର ବସ ମାଲିକ ସଙ୍ଘର ସଦସ୍ୟ ଭକ୍ତହରି ମେହେର ଓ ଶିଶୁପାଳ ଦାଶ ଯୋଗଦାନ ଦେଇ ଦିନ ଦାଶଙ୍କୁ ମେନ ଅଫ ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଆମ୍ପାୟାର୍ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ମଙ୍ଗଳବାର ରାଉରକେଲା ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.