ଟିଟିଲାଗଡ ଲିଓ କ୍ଲବ ଦ୍ୱାରା ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଫାଇନାଲରେ ହିନ୍ଦି ହାଇସ୍କୁଲ ଟିମ ବିଜୟୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିଟିଲାଗଡ ଲିଓ କ୍ଲବ ତରଫରୁ ସ୍ଥାନୀୟ ଓମ୍‌ ଭ୍ୟାଲି ସ୍କୁଲ ଖେଳ ପଡିଆରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଶୁକ୍ରବାର ଦିନ ଉଦ୍‌ଘାଟନ ହୋଇଥିବା ବେଳେ ଶନିବାର ଦିନ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଲାୟନ୍ସ କ୍ଲବର ୱାଇଏଲ୍‌ଏଲ୍‌ଆଇ ଡିଷ୍ଟ୍ରିକ୍ଟ୍ କୋର୍ଡିନେଟର ଶ୍ରୀମତୀ ବିନ୍ଦୁ ସାହୁ, ଲାୟନ୍ସ କ୍ଲବ ସଭାପତି ସନ୍ତୋଷ କୁମାର ମହାନ୍ତି, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ପୂର୍ବତନ ସଭାପତି ରତ୍ନାକର ସାହୁ, କ୍ଲବର ବରିଷ୍ଠ ସଦସ୍ୟ ଗୋପାଳ ଲାଠ, ଲଳିତା ଲାଠ, ଶ୍ରୀମତୀ ମିନାକ୍ଷୀ ସାହୁ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଟିଟିଲାଗଡ ସହରର ଆଠ ଗୋଟି ଟିମ୍‌ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ପ୍ରଭାବତୀ ପବ୍ଲିକ ସ୍କୁଲ ଓ ମହେଶ୍ୱର ହିନ୍ଦୀ ହାଇସ୍କୁଲ ମଧ୍ୟରେ ଖେଳା ଯାଇଥିଲା । ସେଥିରେ ପ୍ରଭାବତୀ ପବ୍ଲିକ ସ୍କୁଲକୁ ହରାଇ ମହେଶ୍ୱର ହିନ୍ଦୀ ହାଇସ୍କୁଲ ବିଜୟୀ ହୋଇଛନ୍ତି । ଭଲ ଖେଳିଥିବା ଖେଳାଳିମାନଙ୍କୁ ବେଷ୍ଟ ବ୍ୟାଟସମ୍ୟାନ୍, ବେଷ୍ଟ ବୋଲର ସହ ରନର୍ସଅପ ଓ ବିଜୟୀ ଟିମ୍‌କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଖେଳ ପଡିଆରେ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓମ୍‌ ଭ୍ୟାଲି ସ୍କୁଲର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ଲାୟନ୍ସ କ୍ଲବ ମିଡିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବ ସମ୍ପାଦକ ଅଜିତ ଚାନ୍ଦ ପାତ୍ର, ଆଶୀର୍ବାଦ ମହାପାତ୍ର, ରାକେଶ ଜୈନ, ବିନୟ ଜୈନ, ସୁଧାଂଶୁ ପୁରୋହିତ, ବିଜୟ ଜୈନ, ବାପି ଡେଭିଡ, ନିରୋଜ ପଟ୍ଟନାୟକ, ରାଜା କମାନି, ଅସିମ କୁଣ୍ଡୁ, ଅଙ୍କିତ ଲାଠ, ଲିଓ କ୍ଲବ ସଭାପତି ଏମ୍‌ଡି ରୀହାନ, ସମ୍ପାଦକ ଶୁଭ ଦ୍ଵିପ ସାମନ୍ତ, ପ୍ରୋଜେକ୍ଟ ଚେୟାର ମେନ୍ ପ୍ରତ୍ୟୁଷ ସାହୁ, ଅଙ୍କିତ ଗୁପ୍ତା, ଶଙ୍କର ପ୍ରଧାନ, ଶ୍ରୀତମ ସାହୁ, ଏମ ଡି ସାହିଲ, ସାୟଦ ଅବଦୁଲ ସହବାଜ, ସୋମେଶ ସିନହା, ସ୍ୱରୂପ ଶଙ୍କର ସାହୁ, ସୁରଜ ବେହେରା ନିଶାନ୍ତ ଅଗ୍ରୱାଲ, ରୋଶନ ଖମାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.