ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ଆସନ୍ତା ଏପ୍ରିଲରୁ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସହରର ସବୁଠୁ ଚର୍ଚ୍ଚିତ କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି.ଡି.ପି.ଏଲ୍‌) କ୍ରିକେଟ୍‌ ପ୍ରତିଯୋଗିତା ଆସନ୍ତା ଏପ୍ରିଲ ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ସଂଘର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ଏହି ବିଷୟରେ ଆଲୋଚନା ହୋଇ ଏହି ପ୍ରତିଯୋଗିତାକୁ ଏପ୍ରିଲ ମାସର ଶେଷ ସପ୍ତାହରେ ଆୟୋଜିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫିଲ୍‌ଡ ଲାଇଟ୍‌ରେ ଧଳା ବଲ୍ ଓ ରଙ୍ଗୀନ ପୋଷାକର ବ୍ୟବହାରରେ ଏହି ପ୍ରତିଯୋଗିତାର ଆୟୋଜନ ପୂର୍ବପରି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଟି ଟୁଏନ୍‌ଟି ଫର୍ମାଟରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଖୁବ୍ ଶୀଘ୍ର ଏକ ନିୟମାବଳୀ ପ୍ରାକାଶ କରାଯିବ । ଏହି ନିୟମାବଳୀ ଅନୁସାରେ ଦଳମାନେ ଆବେଦନ କରିବେ ଓ ତଦ୍‌ନୁଜାୟୀ ଆସୋସିଏସନ୍ ପକ୍ଷରୁ କେଉଁ ଦଳ ପ୍ରତିଯୋଗିତାରେ ଭାଗ ନେବ ତାହା ଚୂଡାନ୍ତ କରାଯିବ । ଖୁବ୍ ଶୀଘ୍ର ଖେଳାଳୀ ମାନଙ୍କ ଆବେଦନ ସକାଶେ ନିର୍ଦ୍ଧାରିତ ଫର୍ମ ଆସୋସିଏସନ୍ ପକ୍ଷରୁ ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ବୈଠକରେ ପ୍ରତିଯୋଗିତାର ଆୟ ବ୍ୟୟ, ପୁରସ୍କାର ରାଶି, ନୀତି ନିୟମ, ଖେଳ ପରିଚାଳନା, ଲାଇଟ୍ ଟେଣ୍ଟ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା ବୋଲି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ରବି ପଣ୍ଡା ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଦ୍ଵିତୀୟ ପର୍ଯ୍ୟାୟ ବୈଠକ ବସି ଟିମ୍ ଗୁଡ଼ିକର ଢାଞ୍ଚା ତଥା ପ୍ରତିଯୋଗିତାର ନିୟମାବଳୀ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ବୈଠକର ସଂଘର ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ଅରୁଣ କୁମାର ମହାନ୍ତି, ପୃଥ୍ବିରାଜ ନାୟକ, କିଶୋର ରଥ, ସନ୍ତୋଷ ପଣ୍ଡା, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ, ନବୀନ ଲାଠ, ଅମିୟ ଭୂଷଣ ସାହୁ, ପ୍ରଦୀପ ସାହୁ, ରଜତ ଦାଶ, ସୌର୍ଯ୍ୟ ରଞ୍ଜନ ରାୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.