ମାଣ୍ଡୋସିଲ ଡଷ୍ଟ ଡେଭିଲସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଣ୍ଡୋସିଲ ଚାମ୍ପିଅନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମଠାରେ ଚାଲିଥିବା ୨୦ ତମ ଡଷ୍ଟ ଡେଭିଲସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମି ଫାଇନାଲ୍ ମାଣ୍ଡୋସିଲ ଡ଼ଷ୍ଟ ଡେଭିଲସ୍ ସହିତ ପତ୍ରାଗୁଡ଼ା ଦଳ ମଧ୍ୟରେ ହୋଇଥିଲା ଏଥିରେ ମାଣ୍ଡୋସିଲ ଦଳ ବିଜୟ ଲାଭ କରି ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା । ଦ୍ୱିତୀୟ ସେମିଫାଇନାଲରେ ପତ୍ରାପାଲି ସହିତ ପାଇକମାଲ ମଧ୍ୟରେ ହୋଇଥିଲା । ଏଥିରେ ପତ୍ରାପାଲି ଦଳ ବିଜୟ ଲାଭ କରି ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା । ସେମିଫାଇନାଲକୁ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟା ପ୍ରାର୍ଥୀ ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଲିତ ଜଗତ ଉଦ୍‌ଘାଟନ କରିଥିଲେ । ଫାଇନାଲ ମ୍ୟାଚ ମାଣ୍ଡୋସିଲ ସହିତ ପତ୍ରାପାଲି ମଧ୍ୟରେ ହୋଇଥିଲା । ଏଥିରେ ମାଣ୍ଡୋସିଲ ଦଳ ପ୍ରଥମ ବ୍ୟାଟିଂ କରି ୧୦ ଓଭର୍‌ରେ ୩ ୱିକେଟ ହରାଇ ୧୫୦ ରନ୍ କରି ପତ୍ରାପାଲି ଦଳକୁ ୧୫୧ ରନ୍‌ର ଲକ୍ଷ ଦେଇଥିଲେ । ଏଥିରେ ପତ୍ରାପାଲି ଦଳ ୭ ୱିକେଟ ବିନିମୟରେ ୯୭ ରନ୍ କରି ପରାଜୟ ବରଣ କରିଥିଲେ । ମାଣ୍ଡୋସିଲ ଦଳ ୫୪ ରନ୍ କରି ଚାମ୍ପିଅନ ହୋଇଥିଲା । ମ୍ୟାନ ଅଫ୍ ଦି ମ୍ୟାଚ୍ ସା କିର ପୁଟେଲ ମ୍ୟାନ ଅଫ୍‌ ଦି ସିରିଜ୍ ଆକାଶ ଚନ୍ଦନଙ୍କୁ ଦିଆଗଲା । ଅମ୍ପାୟାର ଶାନ୍ତନୁ ପଟ୍ଟନାୟକ ଓ ନରେଶ ବିଶ୍ଵାଳ କରିଥିବା ବେଳେ ସ୍କୋରର ବିଜୟ ବରିହା, ଧାରା ବିବରଣୀ ପ୍ରହଲ୍ଲାଦ ଭୋଇ ଓ ପବିତ୍ର ଡନସନା କରିଥିଲେ । ଉଦ୍‌ଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଲିତ ଜଗତ ଉପସ୍ଥିତ ରହି ଫାଇନାଲ ଟ୍ରଫି ଓ ରନର୍ସ ଅଫ୍‌ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ନିର୍ମଳ ନାୟକ, ସମ୍ପାଦକ ମନୋରଞ୍ଜନ ମଲ୍ଲିକ, ଗୋକୁଳା ବିଶ୍ଵାଳ, ହେମାନନ୍ଦ ବିଶ୍ଵାଳ, ରାଜୀବ ସାହୁ, ସୁମନ୍ତ, ମହେନ୍ଦ୍ର, ନରେଶ, ଚୁଡା, ଦୁଃଖୀ, ଗିରି ଓ ସୋନୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.