lika

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଦସ୍ୟ ହରିନାରାୟଣଙ୍କୁ କ୍ରୀଡା ସଂସଦର ସମ୍ବର୍ଦ୍ଧନା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଜିଲ୍ଲା କ୍ରୀଡାସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଟୁରିସ୍‌, ଫିକ୍ସଚର୍‌ସ ଓ ବୈଷୟିକ ସମିତିରେ ଓଡିଶାରୁ ଏକ ମାତ୍ର ସଦସ୍ୟ ରୁପେ ସ୍ଥାନୀତ ହୋଇ ବଲାଙ୍ଗିର କ୍ରୀଡା ସଂସଦ, ଜିଲ୍ଲା ଓ ରାଜ୍ୟର ସ୍ୱାଭିମାନକୁ ମର୍ଯ୍ୟାଦା ମଣ୍ଡିତ କରିଥିବା ଦକ୍ଷ କ୍ରୀଡା ସଙ୍ଗଠକ ହରିନାରାୟଣ ପୁଜାରୀଙ୍କୁ ସମ୍ମାନିତ କରାଯାଇଥିଲା । ସଭାପତି ଡ. ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ସହ ଶ୍ରୀମାନ ପୁଜାରୀ ଏବଂ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀମାନ ପୁଜାରୀ ଜିଲ୍ଲାରେ କ୍ରିକେଟ ଏବଂ ଅନ୍ୟ ସବୁ କ୍ରୀଡାର ବିକାଶ କ୍ଷେତ୍ରରେ ଆଗକୁ ନୂତନ ପଦକ୍ଷେପ ଗ୍ରହଣ କରିବା ଉପରେ ନିଜର ଅଭିବ୍ୟକ୍ତି ରଖିଥିଲେ । ଏହି ସମାରୋହରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହ୍ଳାଦ ଶତପଥି, ଯୁଗ୍ମ ସମ୍ପାଦକ ଶତୃଘ୍ନ ସିଂ, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେ଼ଇ, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଜ୍ୟେତି ପ୍ରସାଦ ପରିଡ଼ା, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦ, କ୍ରୀଡା ସମ୍ପାଦକ ବିଭୁତି ଭୁଷଣ ପଣ୍ଡା, ଫୁଟବଲ ସମ୍ପାଦକ ହେମନ୍ତ ବେହେରା, ଭଲିବଲ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ, ବିକ୍ରମାନନ୍ଦ ବହିଦାର, ସୁଧିର ଚନ୍ଦ୍ର ପଣ୍ଡା, ରମାକାନ୍ତ ସେଟ, ଜୟରାମ ମିଶ୍ର, କସ୍ତୁରୀ ରଥ, ସିଦେ୍ଧଶ୍ୱର ମିଶ୍ର, ବଟୁ ସିଂ, ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀମାନ ପୁଜାରୀଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶୁଭେଚ୍ଛା ଜଣାଇଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ଶୁଭେଚ୍ଛା ସ୍ମାରକୀରେ ଉଲ୍ଲେଖିତ ବାର୍ତ୍ତା ପଠନ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର ସହଯୋଗୀ ହୃଦୟ ଶବର, ଅମିତ ମଚ୍ଛଖଣ୍ଡ, ମୁନ୍‌ସି ସୁରେନ ଓ ରାମହରି ପାଢ଼ୀ ପ୍ରମୁଖ ଅଭ୍ୟର୍ଥନା ଟିମ୍‌ରେ ରହି ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.