୫୫ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ : ୬ୱିକେଟରେ ଜିତିଲା ଇଂଲଣ୍ଡ

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଲଜ୍ଜାଜନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡଜ୍ ଆରମ୍ଭରୁ ହିଁ ନିୟମିତ ଭାବେ ୱିକେଟ ହରାଇ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ଦଳର ଜଣେ ମାତ୍ର ବ୍ୟାଟ୍ସମ୍ୟାନ (କ୍ରିସ ଗେଲ ୧୩) ଦୁଇ ଅଂକ ଛୁଇଁପାରିଥିଲେ । ଦଳ ୧୪.୧ ଓଭରରେ ୫୫ ରନ କରିପାରିଥିଲା । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ୪ଟି ୱିକେଟ ନେଇଥିବା ବେଳେ ମୋଇନ ଅଲ୍ଲି ଓ ଟାଇମାଲ ମିଲ୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଗତକାଲିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଥିଲା । ସେହିପରି ୫୬ରନର ପିଛା କରି ଇଂଲଣ୍ଡ ଦଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଏହାସତ୍ତ୍ୱେ ୮.୨ଓଭରରେ ବିଜୟ ଲକ୍ଷ୍ୟ ପୁରଣ କରି ବିଜୟୀ ହୋଇଛି । ଦଳ ପକ୍ଷରୁ ଜସନ୍ ରଏ ୧୧ ରନ, ଜୋସ ବଟଲର୍ ୨୪ଞ୍ଚରନ, ଜୋନି ବେଆରଷ୍ଟୋ ୯ରନ, ଇୟନ୍ ମୋର୍ଗାନ ୭ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ପକ୍ଷରୁ ଆକାଇଲ ହୋସେନ୍ ୪ ଓଭର ବୋଲିଂ କରି ୨୪ରନ ଦେଇ ୨ଟି ୱିକେଟ, ରଭି ରାମପାଲ ୨ଓଭାରରେ ୧୪ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.