ନୂଆପଡ଼ା ଜିଲ୍ଲାରେ ଭୋର୍‌ ୪ଟାରେ ପହଞ୍ଚିଲା କୋଭିଡ ଟୀକା ବୋଝେଇ ଭ୍ୟାନ୍

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଭୋର୍‌ ୪ଟା ବେଳେ କୋଭିଡ ଟୀକା ବୋଝେଇ ଭ୍ୟାନ୍ ଜିଲ୍ଲା ଭେକ୍ସିନ ଷ୍ଟୋରରେ ପହଞ୍ଚିଛି । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ତାକୁ ଗ୍ରହଣ କରିବା ସହିତ ସୁରକ୍ଷିତ ରଖିଥିବା ବେଳେ ଜିଲ୍ଲାକୁ ୩୬୦୦ ଡୋଜ୍ ଟିକା ପହଞ୍ଚିଛି ବୋଲି କହିଛ‌ନ୍ତି । ତେବେ ଆସନ୍ତା ୧୬ ତାରିଖରେ ଏହି ଟିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଖଡ଼ିଆଳ ମିଶନ ଆଦି ଜିଲ୍ଲାର ତିନିଟି ଟିକାଦାନ କେନ୍ଦ୍ରକୁ ପହଞ୍ଚିବ ବ୍ୟବସ୍ଥା ଥିବା ପ୍ରକାଶ କରିଛନ୍ତି । ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ।

Leave A Reply

Your email address will not be published.

error: Content is protected !!