oom

ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଠାରେ ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କୋଭିଡ଼ ସଚେତନତା ରଥକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ହିମାଦ୍ରୀ ପୁଟା ଶୁଭାରମ୍ଭ କରିଥିଲେ । ଏହି ରଥ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମକୁ ବୁଲିବ । ରଥ ସହିତ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟ ସଭ୍ୟା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ଵାସ୍ଥ୍ୟ କର୍ମୀ ତଥା ସ୍ଵେଚ୍ଛାସେବୀ ଘର ଘର ବୁଲି ମାକ୍ସ, ଲିପ୍ ଲେଟ୍, ସାବୁନ ବଣ୍ଟନ କରିଥିଲେ ଏବଂ ଆକ୍ରାନ୍ତ ହୋଇଥିବା ଘରକୁ ବିଶୋଧନ କରାଯାଇଥିଲା । ଏହି କାର୍ଯ୍ରକ୍ରମରେ ସ୍ଵାସ୍ଥ୍ୟ ପରିଦର୍ଶିକା ପାଞ୍ଚାଳୀ ସୁନା, ସ୍ଵାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା, ସୁଭଦ୍ରା ମହାନ୍ତ, ମାଣ୍ଡୋସିଲ ଅଙ୍ଗନୱାଡି କର୍ମୀ ମାଳତୀ ମହାନନ୍ଦ, ମାଳତୀ ଭୋଇ, ଚନ୍ଦ୍ରିକା ମହାନନ୍ଦ, ହାରା ବତୀ ଡନ୍ ସନା, ଆଶା କର୍ମୀ ଆଲ୍ଲାଦିନି ପ୍ରଧାନ, କାଦୋଘୁଛା ଅଙ୍ଗନୱାଡି କର୍ମୀ ମଞ୍ଜୁଲତା ମାଝୀ, ଧାରୋଲ ଅଙ୍ଗନୱାଡି କର୍ମୀ ସୂର୍ଯ୍ୟ ବରିହା ଆଶା ସଭ୍ୟା ଭୋଇ, ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ, ଗ୍ରାମ୍ୟ କମିଟି ସଭାପତି ଧନ ସିଂ ପଟେଲ, ଶେଖ୍ ଏମ୍ ଡି ହନିଫ୍, ପ୍ରତାପ ପଟ୍ଟନାୟକ, ନାଏକ ସରପଞ୍ଚ ଛେଳିଆ ପାଥର୍, ୱାର୍ଡ ମେମ୍ବର ଚମ୍ପାବତୀ ବେହେରା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.