om academy

୨୪ ଘଂଟାରେ ୧୨ ହଜାର ଉପରକୁ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡ଼ରୁ ୨ ହଜାର ପାର୍‌

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୪ ଘଂଟାରେ ୧୨ ହଜାର ଉପରକୁ ପହଂଚିଛଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୬୯୫୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୩୨୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧, ବଲାଙ୍ଗିରରୁ ୨୬୦, ବୌଦ୍ଧରୁ ୧୨୮, କଟକରୁ ୯୧୬, ଦେବଗଡ଼ରୁ ୬୦, ଢେ଼ଙ୍କାନାଳରୁ ୧୪୨, ଗଜପତିରୁ ୯୧, ଗଂଜାମରୁ ୩୧୨, ଜଗତସିଂହପୁରରୁ ୧୬୮, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬, କଳାହାଣ୍ଡିରୁ ୫୮୦, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨, କେଉଁଝରରୁ ୧୭୯, ଖୋର୍ଦ୍ଧାରୁ ୧୮୨୮, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୁରଭଂଜରୁ ୨୫୭, ନବରଂଗପୁରରୁ ୨୮୨, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୯୦, ପୁରୀରୁ ୩୬୯, ରାୟଗଡ଼ାରୁ ୨୦୧, ସମ୍ବଲପୁରରୁ ୫୪୪, ସୋନପୁରରୁ ୧୫୯, ସୁନ୍ଦରଗଡ଼ରୁ ୨୦୭୩ ଓ ଷ୍ଟେଟ ପୁଲ୍‌ରୁ ୩୫୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.