ls

ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା : ସୋନପୁର ଆଇଟିଆଇ ଠାରେ କାର୍ୟ୍ୟକ୍ଷମ ହେଲା ସମର୍ପିତ କୋଭିଡ ଚିକିତ୍ସାଳୟ

sb

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ତମାନ କରୋନାର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧି ହେଉଥିବାର ପରିଲକ୍ଷିତ ହେଉଛି । ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ତରଫରୁ କରୋନାରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଜରୁରୀ ଚିକିତ୍ସା ନିମନ୍ତେ ସୋନପୁର ଆଇଟିଆଇ ଠାରେ ସମ୍ପୂର୍ଣ୍ଣ ସମର୍ପିତ କୋଭିଡ ଚିକିତ୍ସାଲୟର କାର୍ୟ୍ୟକ୍ଷମ ହୋଇସାରିଛି । ଜିଲ୍ଲାର କୌଣସି ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ନିମନ୍ତେ ଅବସ୍ଥାପିତ କୋଭିଡ ଚିକିତ୍ସାଳୟରେ ତୁରନ୍ତ ଭର୍ତ୍ତି କରାଇପାରିବେ । ଏଣୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଜିଲ୍ଲାର ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଏହି ସମର୍ପିତ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଇ ଚିକିତ୍ସା ସୁବିଧା ନେବାକୁ ଜିଲ୍ଳା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଅନୁରୋଧ କରାଯାଉଛି ।

pc pk
Leave A Reply

Your email address will not be published.