oom

ନିଃଶୁକ୍ଳ କୋଭିଡ ବୁଷ୍ଟର ଡୋଜ ପ୍ରଦାନ

jsmm

ସମ୍ବଲପୁର : ସମ୍ବଲପୁରର ଜିଲ୍ଲା ସ୍କୁଲ ଛକ ସ୍ଥିତ ସାର୍ବଜନୀନ ପାଠାଗାରଠାରେ ରବିବାର କୋଭିଡ ବୁଷ୍ଟର ଡୋଜ ନିଃଶୁକ୍ଳ ଭାବରେ ଦିଆଯାଇଛି । ରୋଟାରୀ କ୍ଲବ ଅଫ୍‌ ସମ୍ବଲପୁର ଗ୍ରେଟର ତରଫରୁ ଆୟୋଜିତ ଏହି ମାଗଣା ଟୀକାକରଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହାୟତାରେ ଆୟୋଜିତ ହୋଇଥିଲା । କ୍ଲବର ସଭାପତି ପ୍ରମୋଦ ଅଗ୍ରୱାଲ, ପ୍ରକଳ୍ପ ଚେୟାରମେନ ଡା. ଦୀପକ ପାଣିଗ୍ରାହୀ, ସମ୍ପାଦକ ଆନନ୍ଦ ମିଶ୍ର ଓ ଡା. କଲ୍ପେଶ କକ୍କଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୧୭୧ ଜଣଙ୍କୁ ମାଗଣାରେ କୋଭିଡ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହମ୍ମଦ ପରବେଜ ଅଲ୍ଲୀ ଖାନ, ବିଲାଲ ମଲ୍ଲିକ, ଡା. ଅନନ୍ୟା ଜେନା, ନିଲମ ଆନନ୍ଦ, ଉର୍ମିଳା ବେହେରା, ଭଗତ ସିଂ, ସୁମିତ ନାୟକ, ତ୍ରିଶା, ବଲଦେବ ପଣ୍ଡା, ଅମିତାଭ ପରିଡା, ରବି ମିଶ୍ରଙ୍କ ସମେତ ସମ୍ବଲପୁରରେ ରୋଟାରୀ କ୍ଲବର ଅନ୍ୟ ଶାଖାର ସଦସ୍ୟ ଅନୁପ ଅଗ୍ରୱାଲ, ଏମ୍‌.ପି. ନାୟକ, ରଣଜିତ ସିଂଙ୍କ ସମେତ ସଦସ୍ୟ ମାନେ ସାମିଲ ହୋଇ ସକ୍ରିୟ ସହାୟତା କରିଥିଲେ । କୋଭିଡ ମହାମାରୀରୁ ଜନତାଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ କ୍ଲବ ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଥିଲା ବୋଲି ପ୍ରକଳ୍ପ ଚେୟାରମେନ ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.