oom

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଂଟିଆ ଜିଲ୍ଲା କୋଭିଡ୍‌ କଂଟ୍ରୋଲ ରୁମ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ / ଅନୁରୋଧ ଗୁଡ଼ିକର ସମାଧାନ ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟଠାରେ ଏକ ୨୪ ଘଂଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । କଂଟ୍ରୋଲ ରୁମ୍‌ର ଟେଲିଫୋନ୍‌ ନଂ.୦୬୬୫୨-୨୩୨୭୭୩ ଏବଂ ମୋବାଇଲ୍‌ ହ୍ୱାଟ୍‌ସ୍‌ଆପ୍‌ ନଂ.୮୨୬୦୯୬୨୭୨୨ । ଏହି କଂଟ୍ରୋଲ୍‌ ରୁମ୍‌ରେ ନିୟୋଜିତ କର୍ମଚାରୀମାନେ ଜନସାଧାରଣଙ୍କଠାରୁ କୋଭିଡ୍‌ ସଂକ୍ରାନ୍ତୀୟ କଲ୍‌ ଗ୍ରହଣ କରିବା ସହ ସେମାନଙ୍କ ଅଭିଯୋଗ / ଅନୁରୋଧ ଗୁଡ଼ିକର ସମାଧାନ ନିମନ୍ତେ ସଂପୃକ୍ତ ବିଭାଗ କିମ୍ବା ସଂସ୍ଥା ସହ ସମନ୍ୱୟ ରକ୍ଷା କରି ବିହିତ ପଦକ୍ଷେପ ଗ୍ରହଣ କରିବେ । କୋଭିଡ୍‌ ଟେଷ୍ଟିଂ, କରୋନା କେୟାର୍‌ ସେଂଟର, କୋଭିଡ୍‌ ହସ୍‌ପିଟାଲ କିମ୍ବା ଅନ୍ୟ ରେଫେରାଲ୍‌ କେନ୍ଦ୍ରକୁ କୋଭିଡ ରୋଗୀଙ୍କୁ ସ୍ଥାନାନ୍ତରଣ ସକାଶେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଆଦି ସଂପର୍କରେ କଲ୍‌ କରିଥିବା ବ୍ୟକ୍ତିଙ୍କୁ ସହାୟତା କରିବେ । କୋଭିଡ-୧୯ ସଂପର୍କୀତ ଅଭିଯୋଗ / ଅନୁରୋଧ ଗୁଡ଼ିକ ଜିଲ୍ଲା କୋଭିଡ କଂଟ୍ରୋଲ ରୁମ୍‌ର ଉପରୋକ୍ତ ନମ୍ବରରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପଳ, ବିଡ଼ିଓ, ତହସିଲ୍‌ଦାର୍‌, ଏସ୍‌ଡିପିଓ, ସ୍ୱାସ୍ଥ୍ୟା ବିଭାଗର ଅଧିକାରୀମାନଙ୍କ ସହ ଜିଲ୍ଲାରେ କୋଭିଡ୍‌ ଟେଷ୍ଟିଂର ସ୍ଥିତି, ଟେଷ୍ଟିଂ ସକାଶେ ଆନୁସଂଗିକ ବ୍ୟବସ୍ଥା, ଆଣ୍ଟିଜେନ୍‌ କିଟ୍‌ର ସ୍ଥିତି, କୋଭିଡ୍‌ ପଜିଟିଭ୍‌ ରୋଗୀଙ୍କ ନିମନ୍ତେ ଗ୍ରାମାଂଚଳ ତଥା ସହରାଂଚଳରେ ହୋମ୍‌ ଆଇସୋଲେସନ୍‌ର ବ୍ୟବସ୍ଥା ଏବଂ ଏହାର ପରିଚାଳନା, ଜିଲ୍ଲାରେ କୋଭିଡ୍‌ର ସ୍ଥିତି ଇତ୍ୟାଦି ସଂପର୍କରେ ସବିଶେଷ ଆଲୋଚନା କରିଛନ୍ତି ।

jittmm
Leave A Reply

Your email address will not be published.