om academy

କୋଭିଡ ସମ୍ୱନ୍ଧୀୟ ଚିକିତ୍ସା ଓ ପରାମର୍ଶ ପାଇଁ ବିଶେଷ ପଦକ୍ଷେପ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ବିଶେଷ ପଦକ୍ଷେପ ସ୍ୱରୂପ ‘ଡକ୍ଟର ଅନ କଲ’ର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଜନସାଧାରଣଙ୍କୁ ସୁବିଧାରେ ଓ ସହଜରେ ସ୍ୱାସ୍ଥ୍ୟ ଚିକିତ୍ସା ଉପଲବ୍ଧ କରାଇବା ନିମନ୍ତେ ତା ୩୧/୦୫/୨୧ ଠାରୁ ପ୍ରତ୍ୟହ ଅପରାହ୍ନ ୨ ଘଂଟାରୁ ସନ୍ଧ୍ୟା ୮ ଘଂଟା ପର୍ଯ୍ୟନ୍ତ କୋଭିଡ ସମ୍ୱନ୍ଧୀୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରାମର୍ଶ ପାଇଁ କୋଭିଡ ହେଲ୍ପ ଲାଇନନମ୍ବର ୧୮୦୦-୩୪୫-୬୩୯୯(ଟୋଲ ଫ୍ରି)ରେ ଅଭିଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରିପାରିବେ । ବୟସ ୦ରୁ ୧୮ ବର୍ଷ ପର୍ଯ୍ୟନ୍ତ (କେବଳ ଶିଶୁ)ଙ୍କ ପାଇଁ ଯୋଗାଯୋଗ ସମୟ ପ୍ରତ୍ୟହ ଅପରାହ୍ନ ୪ ଘଂଟାରୁ ସନ୍ଧ୍ୟା ୮ ଘଂଟା ଘଣ୍ଟା ରହିଥିବା ବେଳେ ସର୍ବ ସାଧାରଣ (ସମସ୍ତ ବୟସ )ଙ୍କ ପାଇଁ ପ୍ରତ୍ୟହ ଅପରାହ୍ନ ୨ ଘଂଟା ଠାରୁ ସନ୍ଧ୍ୟା ୭ଘଂଟା ପର୍ଯ୍ୟନ୍ତ କୋଭିଡ ସମ୍ୱନ୍ଧୀୟ ସ୍ୱାସ୍ଥ୍ୟ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ନେବାକୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.