ସରକାରୀ କର୍ମଚାରୀଙ୍କୁ କୋଭିଡ୍ ହୋଇଥିଲେ ମିଳିବ ୭ଦିନ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୌଣସି କର୍ମଚାରୀଙ୍କୁ କୋଭିଡ୍ ହୋଇଥିଲେ ୭ଦିନ ଛୁଟିରେ ରହିପାରିବେ । ତେବେ ଦିନରୁ ଅଧିକ ଛୁଟିରେ ରହିଲେ ଏଥିପାଇଁ ମେଡିକାଲ ସାର୍ଟିଫିକେଟ ଦେବା ପାଇଁ ପଡିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିସହ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ କୁହାଯାଇଥିବା ବେଳେ ଏହି ନିର୍ଦ୍ଦେଶକୁ ସଂଗେ ସଂଗେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

Leave A Reply

Your email address will not be published.