jayashree

ଭୀମ ଭୋଇ ମେଡ଼ିକାଲ କଲେଜ୍‌ ହସ୍ପିଟାଲରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡ଼ିକାଲ କଲେଜ୍‌ ହସ୍ପିଟାଲରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୧୨ତାରିଖ ଦିନ ଦ୍ୱିପହରରେ ଭୀମ ଭୋଇ ମେଡ଼ିକାଲ କଲେଜ୍‌ ହସ୍ପିଟାଲରେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ଟଙ୍କା ଲୁଟ ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଏହି ମାମଲାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ସହରର ବିଭୂତିପଡ଼ାର ଅରୁଣ ନାଗ ବୋଲି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ତୋଫାନ ବାଗ ଏ ସଂପର୍କରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.