ଜବାହରଲାଲ କଲେଜରେ କ୍ୟାରିଅର କାଉନସେଲିଂ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହରଲାଲ୍‌ କଲେଜରେ କ୍ୟାରିଅର କାଉସେଲିଂ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁନେସ୍ଥିତ ଜାତୀୟ ରସାୟନ ଲାବର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ତଥା କଲେଜର ପୁରାତନ ଛାତ୍ର ବେଣୁଧର ପୁଞ୍ଜି ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ପାସ୍‌ ପରେ ରହିଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ । ପ୍ରଧ୍ୟାପକ ମେଜର ଡ. ରାମକୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!