
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ବେଲପଡା ପୋଲିସ ତାର ପାୱାର ଦେଖାଇବାରେ ଲାଗିଛି । ଯେଉଁ ଦିନଠାରୁ ନୂତନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ବେଲପଡାକୁ ଆସିଲେ ସେହିଦିନଠାରୁ ବେଲପଡାରେ ଚାଲିଥିବା ଚୋରା ମଦ, ସଟ୍ଟା ଖେଳ, କପ୍ ସିରପ୍ ବେପାରୀଙ୍କ ନିଦ ହଜିଯାଇଛି । ଏହି କିଛିଦିନ ତଳେ ବେଲପଡା ପୋଲିସ ଦ୍ୱାରା ହଳଦୀ ଚୋର ଓ ସଟ୍ଟା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ବେଲପଡା ପୋଲିସ ଦ୍ଵାରା ଏକ କପ୍ ସିରପ୍ ବେପାରୀଙ୍କୁ ଗିରଫ କରିଛି । ଯାହା ଦ୍ୱାରା କି ବେଲପଡାରେ ଏବେ ଚୋରମାନଙ୍କ ମନୋବଳ ଭାଙ୍ଗିଯାଇଛି । ସୂଚନା ଅନୁସାରେ ଆଜି ବେଲପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେ । ଠିକ୍ ସେତିକି ବେଳେ ଅଚାନକ ଚଢ଼ାଉ କରି ଅଭିଯୁକ୍ତ ଲଳିତ କାଣ୍ଡ(୩୭) ବେଲପଡା (ତାରିଣୀମନ୍ଦିରପଡା)ରୁ ଗିରଫ କରିଛି । ତାଙ୍କଠାରୁ ଗୋଟିଏ ବୋତଲରେ ୧୦୦ ମିଲି ଲେଖାଏଁ ଲୁଜ୍ କ୍ୟାପ୍ ଏସ୍କୁଫ୍ କଫ ସିରପ୍ ଜବତ କରାଯାଇଛି । ଏଲ୍ପିଆର୍ଏସ୍ଏଏଫ୍ଇର ୦୩ଟି ଷ୍ଟ୍ରିପ- ୦.୫ ମିଲିଗ୍ରାମ ଟାବଲେଟ୍ ଏବଂ ଗୋଟିଏ ପ୍ଲାଷ୍ଟିକ ବୋତଲରେ ପ୍ରାୟ ଦେଢ ଲିଟର ଲାଲ ରଙ୍ଗର ତରଳ ପଦାର୍ଥ ଥିବା ସହିତ ରେଡ୍ କଲର ହୋଣ୍ଡା ସିବି ୟୁନିକର୍ଣ୍ଣ ଏମ୍/ସି ବେୟାରିଂ ରେଜି । ବେଆଇନ ଭାବେ ଓ ବିନା ଲାଇସେନ୍ସରେ ସାଧାରଣ ଲୋକଙ୍କୁ କଫ ସିରପ ବିକ୍ରି କରୁଥିବା ତାଙ୍କ ପାଖରୁ ଗାଡି ନଂ-ଓଡି-୦୩-ଜେଡ-୯୦୧୬ ଥାନା କେସ ନଂ-୨୦୬ ତା୦୫-୦୯-୨୦୨୩ ୟୁ/ଏସ-୨୭୨/୨୭୪/୨୭୫/୧୨୦-ବି ଆଇପିସିରେ ମାମଲା ରୁଜୁ କରି ଅଭିଯୁକ୍ତ ଲଳିତ କାଣ୍ଡଙ୍କୁ ଗିରଫ କରି ପାଟଣାଗଡ ଏସ୍ଡିଜେଏମ୍ଙ୍କ ମାନ୍ୟବର କୋର୍ଟକୁ ଚାଲାଣ କରିଥିବାର ସୂଚନା ଦେଇଛନ୍ତି ବେଳପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ।